ଲିଭର ରୋଗରେ ପିଡିତ ନାରାୟଣଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ନିବେଦନ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ନୁଆରମ୍ପାସ ଗ୍ରାମର ର ନାରାୟଣ ଜେନା ଏବେ ଲିଭର ରୋଗରେ ପଡି କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ନିଜର ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡ ଯୋଗେ ଚିକିତ୍ସା ସୁବିଧା ପାଉଥିଲେବି ଟେଷ୍ଟିଂ ପାଇଁ ନିତିଦିନ ହଜାର ହଜାର ଟଙ୍କାର ଆବଶ୍ୟକତା ପଡୁଛି । ପାଖରେ ଟଙ୍କାଟିଏବ ନଥିବାରୁ ଚିକିତ୍ସାରେ ବିଳମ୍ବ ଘଟୁଥିବାରୁ ତାଙ୍କୁ ସହାୟତା ଯୋଗାଇ ଦେବାକୁ ତାଙ୍କ ବୃଦ୍ଧା ମା ନିବେଦନ କରିଛନ୍ତି । ତାଙ୍କ କହିବାନୁଯାଇ ନାରାୟଣ ଜେନା(୩୭) ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ନିତିଦିନ ଗାଁ ଗାଁ ବୁଲି ପରିବା ବିକିଲେ ଯାଇ ଘର ଚଳେ । ଏପରିକି ଘରେ ଥିବା ଭିନ୍ନକ୍ଷମ ୮ବର୍ଷର ଝିଅଟି ପାଇଁ ନିୟମିତ ଔଷଧପତ୍ର କିଣିଥାଏ । କିନ୍ତୁ ଗତ କିଛିଦିନ ତଳେ ସେ ହଠାତ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡଡାକ୍ତରଖାନାକୁ ନେଇ ଚିକିତ୍ସା କରାିଥିଲେ । କିନ୍ତୁ ସେ ଲିଭର ରୋଗରେ ପିଡିତ କହି ଏକ ଘରୋଇ ହସପିଟାଲକୁ ପଠାଇ ଦେଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ତାଙ୍କ ପାଖରେ ଥିବା ବିଜୁ ସ୍ୱାସ୍ତ୍ୟବୀମା କାର୍ଡରେ ଚିକିତ୍ସା କରାଯାଉଥିଲେବି ତାଙ୍କର ନିୟମିତ ବିଭିନ୍ନ ପରୀକ୍ଷା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏପରିସ୍ଥିତିରେ ତାଙ୍କ ପାଖରେ ଆଦୌ ଟଙ୍କାଟିଏ ବି ନଥିବାରୁ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ତେଣୁ କେହି ସହୃଦୟ ବ୍ୟକ୍ତି କିମ୍ବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ତାଙ୍କ ଚିକିତ୍ସାପାଇଁ ସହଯୋଗର ହାତ ବମାଇବାକୁ ତାଙ୍କ ମାପାକନ ଜେନା ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ସମାଜସେବୀ ତଥା ଯୁବନେତା ଇଂ ବିଶ୍ୱନାଥ ପ୍ରତାପ ଜେନା ଓ ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା ତାଙ୍କ ବାସଭବନରେ ପହଞ୍ଚ ନାରାୟଣଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିବୁଝିବା ସହିତ ତାଙ୍କୁ ସହାୟତା ପ୍ରଦାନ କରିଥିଲେ । ଅନ୍ୟମାନେ ଏହି ପରିବାରଟିକୁ ସହାୟତାର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି । ଯେଉଁମାନେ ସହାୟତାର ହାତ ବଢ଼ାଇବାକୁ ଇଛା କରିବେ ସେମାନେ ୭୮୯୪୩୦୧୯୯୬ରେ ଯୋଗଯୋଗ କରିପାରିବେ ଓ ସହାୟତା କରିବାକୁ ଚାହୁଥିଲେ ୭୭୫୧୮୭୨୪୮୧ ନମ୍ବରେ ସହାୟତା ପଠାଇପାରିବେ ବୋଲି ତାଙ୍କ ମା ନିବେଦନ କରିଛନ୍ତି ।


