ଲୁଂଘୁରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ
ଗଂଜାମ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ବ୍ଲକ ଅନ୍ତର୍ଗତ ଲୁଂଘୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ସାମନ୍ତଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିରୁପେ ଗଂଜାମ ବିଡିଓ ଜ୍ୟୋତି ଶଙ୍କର ରାୟ, ମୁଖ୍ୟବକ୍ତା ଭାବରେ ହୁମା କ୍ଲଷ୍ଟର ସଂଯୋଜକ ଦାମୋଦର ପଣ୍ଡା, ବିଶିଷ୍ଟ ଅତିଥି ରୁପେ ମଲାଡ ସଂରପଞ୍ଚ ପ୍ରଭାତ କୁମାର ସେଠୀ ,ସମ୍ମାନୀତ ଅତିଥିରୁପେ ପୂର୍ବତନ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ନାହାକ,ପୁଇଁତୋଳା ସିଆରସିସି ମହେଶ କୁମାର ବେହେରା ,ପରିଚାଳନା କମିଟି ସଭାପତି ବାବୁଲା ସାହୁ , ଗ୍ରାମ କମିଟି ସଭାପତି କବିରାଜ ସ୍ୱାଇଁ ,ଶିକ୍ଷକ ନିରଞ୍ଜନ ମୁଦୁଲି ଯୋଗ ଦେଇଥିଲେ । ଏହାକୁ ଶିକ୍ଷକ ବିଷ୍ଣୁ ପ୍ରସାଦ ବେହେରା ସଂଯୋଜନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ମନୋଲିସା ମହାପାତ୍ର । ଶିକ୍ଷକ ଗୋପବନ୍ଧୁ ସ୍ୱାଇଁ ଶିକ୍ଷକତା ଛବିତା ସେଠୀ , ସହଯୋଗ କରିଥିଲେ । ଏହି ଅବସରରେ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ରାଜ୍ୟ ସରକାରଙ୍କ ଶୈଖିକ କାର୍ଯ୍ୟକ୍ରମ ଆମ ପିଲା ଆମ ଗାରିମା ରେ ଉକ୍ତ ବିଦ୍ୟାଳୟର ବ୍ରୋଞ୍ଜ , ଓ ରୈାପ୍ୟ ପୁରସ୍କାର ପାଇଥିବା ଯୋଗୁଁ ମାନ୍ୟବର ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।