ଲୁଙ୍ଗି ପିନ୍ଧିଥିବାରୁ ରେସ୍ତୋରାଁରେ ମିଳିଲା ନାହିଁ ଖାଦ୍ୟ

କେରଳରେ ଲୁଙ୍ଗି ପିନ୍ଧି ବାହାରକୁ ଯିବା ଏକ ସାଧାରଣ ଘଟଣା । ବିଶେଷ କରି ଦକ୍ଷିଣ ଭାରତୀୟମାନେ ଏହି ଲୁଙ୍ଗିର ବ୍ୟବହାର କରିଥାନ୍ତି । ହେଲେ ନିକଟରେ ଜଣେ ଯୁବକ ସାଙ୍ଗମାନଙ୍କ ସହ ମିଶି ଲୁଙ୍ଗିପନ୍ଧି ରେସ୍ତୋରାଁ ଯାଇଥିବାରୁ ସେଠାରେ ତାଙ୍କୁ ଖାଇବାକୁ ମିଳି ନ ଥିବାରୁ ସେ ପୋଲିସରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, କେରଳର କୋଝିକୋଡିରେ କରିମ ଚେଲେମ୍ବରା ନାମକ ଜଣେ ଯୁବକ ଲୁଙ୍ଗି ପିନ୍ଧି ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିଲେ । ଆଉ ସେ ସେଠାରେ ପ୍ରବେଶ କରିବା ସମୟରେ ରେସ୍ତୋରାଁ କର୍ମଚାରୀ ତାଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ । ସେ ଏହାର କାରଣ ଜାଣିବାକୁ ଚାହିଁବାରୁ ତାଙ୍କୁ କୁହାଯାଇଥିଲା ଯେ ସେ ଲୁଙ୍ଗି ପିନ୍ଧି ଆସିଥିବାରୁ ତାଙ୍କୁ ଏଠାରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । କାରଣ ଏଠାରେ ଲୋକେ ପରିବାର ସହ ଆସୁଥିବାରୁ ଏମିତି ପୋଷାକ ପିନ୍ଧି ଆସିଥିବା ବ୍ୟକ୍ତିଙ୍କୁ ଏଠାରେ ବାରଣ କରାଯାଇଥାଏ । ସେ ଏହାର ପାଲଟା ଜବାବରେ କହିଥିଲେ ଯେ ଏହା ତ କେଉଁଠି ଉଲ୍ଲେଖ କରାଯାଇନାହିଁ । ତେଣୁ ସେ ଏହାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିବା ପରେ ତାଙ୍କୁ ବହୁ ଲୋକ ସହଯୋଗ ମଧ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ