ଲୁଟିନେଲେ ୩ଲକ୍ଷ ଟଙ୍କା ସମେତ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନାରୁପା ଅଳଙ୍କାର

ହାଟଡ଼ିହି, (ବିକାଶ ବିଶ୍ୱାଳ):ଅପେରା ଦେଖିବା ମହାଙ୍ଗା ପଡିଛି ଏକ ପରିବାରକୁ । ଗାଁରେ ହେଉଥିବା ଏକ ଅପେରା ଦେଖିବାକୁ ଯାଇ ସର୍ବସ୍ୱ ହରାଇଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ତାମ୍ପଳା ଗ୍ରାମରେ । ଗ୍ରାମର ନାରାୟଣ ସେନାପତିଙ୍କ ପରିବାର ଲୋକେ ଗତ ରବିବାର ରାତି ୧୨ଟାରେ ଘରେ ତାଲା ପକାଇ ଗାଁରେ ହେଉଥିବା ଅପେରା ଦେଖିବାକୁ ଚାଲିଯାଇଥିଲେ । ମାତ୍ର ରାତି ଦୁଇଟାରେ ଘରକୁ ଫେରି ତାଲା ଖୋଲିବା ବେଳକୁ ଆଉ କବାଟ ଫିଟି ନଥିଲା । ଫଳରେ ପରିବାର ଲୋକଙ୍କ ସନେ୍ଦହ ହୋଇଥିଲା । ବାଡିପଟକୁ ଯାଇ ଦେଖିବା ବେଳକୁ ଘରର ପଛପଟ କବାଟ ଖୋଲା ଥିବାବେଳେ ଘରର ଆସବାବପତ୍ର ଇତସ୍ତତ ହୋଇ ପଡିଥିଲା । ନାରାୟଣଙ୍କ ଗୋଟିଏ ପୁୁଅ ପବିତ୍ର ମୋହନଙ୍କର ଆଲମିରା ଭାଙ୍ଗି ନଗଦ ୬୦ହଜାର ଟଙ୍କା ସମେତ ସୁନା ଚେନ ୩ଟା, ବ୍ରେସଲଟେ ଗୋଟେ, ମୁଦି ୭ଟା, କାନଫୁଲ ୫ହଳ, ପାଉଁଜି ୩ହଳ, ୫ହଳ ପଲ୍ଲା ନେଇଯାଇଥିଲେ । ସେହିପରି ତାଙ୍କ ଅନ୍ୟପଅ ପୁର୍ଣ୍ଣଚନ୍ଦ୍ରର ଆଲମିରା ଭାଙ୍ଗି ନଗଦ ୨ଲକ୍ଷରୁ ଉର୍ଦ୍ଧ ଟଙ୍କା, ୬ହଳ ପଲ୍ଲା, ଦୁଇଟି ଚେନ, ମୁଦି ୫ଟା, ଲକେଟ ୨ଟି ନେଇଯାଇଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକେ ଏନେଇ ସଙ୍ଗେ ସଙ୍ଗେ ଗାଁ ଲୋକଙ୍କୁ ଜଣାଇବା ସହିତ ନନ୍ଦିପଦା ପୁଲିସକୁ ଖବର କରିଥିଲେ । ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ସୁଧା ଲୁଟେରାଙ୍କ ସମ୍ପର୍କରେ କୌଣସି ସୁଚନା ପାଇପାରି ନାହିଁ । ଦୁର୍ବୁତମାନେ ଚୋରୀ କରିବାକୁ ଆସିବା ବାଟରେ ତାଙ୍କୁ କେହି ଯେପରି ଗୋଡାଇ ନପାରିବେ ସେନେଇ ରାସ୍ତାରେ ବାଉଁଶ କଣି, ସିମେଣ୍ଟ ସ୍ଲାବ ପକାଇ ଦେଇଥିବା ଦେଖିବାକୁ ପାଇଥିଲେ । ଗତ ତିନିବର୍ଷ ପୁର୍ବେ ନନ୍ଦିପଦା ଓ ସୋସୋ ଥାନା ଅଞ୍ଚଳରେ ଏହିପରି ଅନେକ ଘଟଣା ଘଟିଥିବାବେଳେ ପରିବାର ଲୋକ ଯିବାପରେ ଚୋରମାନେ ସେମାନଙ୍କ ଘରେ କଳାକନା ବୁଲାଇଥିଲେ । କରୋନା ସମୟରେ ଏପରି ଘଟଣା ଦେଖିବାକୁ ମିଳିନଥିଲା । ଗତ କିଛିଦିନ ପୁର୍ବେ ବେତିରା ଗ୍ରାମରେ ଏହିପରି ସମାନ ଧରଣର ଲୁଟ ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ