ଲୁଟେରାକୁ ଧରିବା ପାଇଁ ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଦମ୍ପତ୍ତି

 ଖଲ୍ଲିକୋଟ:(ସିଲୁ ବିଶ୍ଵାଳ ): ଖଲ୍ଲିକୋଟ ରେଲୱେ ଷ୍ଟେସନରେ ମୋବାଇଲ ଲୁଟେରାକୁ କାବୁ କରିବା ନିମନ୍ତେ ଚଳନ୍ତା ଟ୍ରେନରୁ ଡେଇଁ ଦମ୍ପତି ଆହାତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ପ୍ରାୟ ସାଢ ୧୦ ଟା ସମୟରେ କରିବାକୁ ଭୁବନେଶ୍ବର ମେମୁ ଟ୍ରେନରେ ଛତ୍ରପୁର ଅଂଚଳ ଜଗେନ୍ଦ୍ର ରାଓ ଙ୍କ ପରିବାର ଭୁବନେଶ୍ବର ଅଭିମୁଖେ ଯାଉଥିବା ସମୟରେ ଖଲ୍ଲିକୋଟ ଷ୍ଟେସନ ଠାରେ ଟ୍ରେନ ଅଟକି ଥିଲା ଆଉ କିଛି ସମୟ ପରେ ଟ୍ରେନ ଛାଡିବା ବେଳକୁ ଗେଟ ପାଖ ସିଟରେ ଜଗେନ୍ଦ୍ର ଙ୍କ ପୁଅ ମୋବାଇଲ ଧରି ବସିଥିବା ବେଳେ ହଠାତ ଜଣେ ଦୁବୃର୍ତ୍ତ ଆସି ମୋବାଇଲ ଟିକୁ ଝାମ୍ପିନେଇଥିଲେ । ଘଟଣାକୁ ନେଇ ସ୍ଵାମୀ -ସ୍ତ୍ରୀ ଉଭୟ ଟ୍ରେନରୁ ଡେଇଁ ପଡିଥିବା ବେଳେ ଟ୍ରେନ ଛାଡି ଦେଇଥିବାରୁ ଦୁଇ ପୁଅ ଝିଅ ଏଵଂ ଭାଉଜ ଟ୍ରେନରୁ ଓହ୍ଲାଇ ନ ପାରି ବାଲୁଗାଁ ଚାଲିଯାଇଥିଲେ ।ସେଠାରୁ ସେମାନେ ଖଲ୍ଲିକୋଟ ଫେରିଥିବା ଜଣାପଡ଼ିଛି କ୍ଷ ଆସିକା ଲୋକସଭା ମଣ୍ଡଳୀରେ ଏକ ମାତ୍ର ଖଲ୍ଲିକୋଟ ରେଲଓ୍ବେ ଷ୍ଟେସନ ଯାଉଥିବା ବେଳେ ଦୈନିକ ଶହ ଶହ ଯାତ୍ରୀ ଏଠାରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ଷ୍ଟେସନ ପରିଶରେ ରେଳ ବାଇ ପୋଲିସ ମୁତୟନ ନଥିବାରୁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି କ୍ଷ ଅନ୍ୟପଟେ ୨୪ ଘଣ୍ଟା ରେଳ ବାଇ ପୋଲିସ ମୁତୟନ ରହିବା ପାଇଁ ସାଧାରଣରେ ଦାବି ହେଉଛି ।ବେଳେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମହିଳା ଜଣଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ