ଲୁଟେରାଙ୍କୁ ଧରି ପୁଲିସି ଜିମା ଦେଲେ ଲୋକେ
ହାଟଡିହି,(ଓ୍ବାଇଏନ୍ଏସ୍): ଦିନ ଦିପହରେ ଲୁଟେରାମାନେ ଲୋକଙ୍କ ଠାରୁ ଲୁଟ କରି ଅନ୍ୟାୟାସରେ ଖସି ପଳାଉଥିବା ବେଳେ ପୋଲିସ ସେମାନଙ୍କ ସାମାନ୍ୟତମ ସୁରାକ ପାଇ ପାରୁନି। ଫଳରେ ଲୁଟେରା ମାନେ ଦିନକୁ ଦିନ ଲୋକଙ୍କ ଧନ ସମ୍ପତ୍ତି ଲୁଟ କରି ଖସି ଯିବାରେ ସଫଳ ହେଉଛନ୍ତି। କିନ୍ତୁ ଆଜି ଏକ ଲୁଟ କରିବା ପରେ ଲୁଟେରା ମାନେ ଖସି ଯାଇ ନପାରି ଲୋକଙ୍କ ହାତରେ ଧରାପଡି ଭଲ ଉତ୍ତମ ମଧ୍ୟମ ଖାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଲୁଟେରାମାନେ ସେମାନଙ୍କ ଘର ଗଂଜାମ ଜିଲ୍ଲାର ଆସ୍କା ଅଞ୍ଚଳର କହୁଥିବା ବେଳେ ସେମାନଙ୍କ ନାମ ରାଜା ଓ ମାଧବ ବୋଲି କହିଛନ୍ତି।ସେମାନେ ବସନ୍ତିଆରୁ ଜଣେ ବ୍ୟାଙ୍କ ଜମା ଟଙ୍କା ଆଦାୟକାରିଙ୍କ ଠାରୁ ୫୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ଛଡ଼ାଇନେଇ ଏକ କଳା ପଲସର ବାଇକ ରେ ଶାଳଣିଆଁ ବାଟେ ପଳାଉଥିବା ବେଳେ ଭଦ୍ରକ ଜିଲ୍ଲା ସଂଖୁଳା ନିକଟରେ ସେମାନଙ୍କ ବାଇକ ଧକ୍କା ହେବାରୁ ସେମାନେ ତଳେ ପଡିଯାଇଥିଲେ। ଲୋକେ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପରେ ଲୋକମାନେ ଭଲକରି ଉତ୍ତମ ମଧ୍ୟମ ଦେବାସହ ପୋଲିସକୁ ଡାକି ସେମାନଙ୍କ ଜିମା ଦେଇଥିଲେ