ଲୁଟେରାଙ୍କ ଉପରେ ଚଢିଲା ବୋଲର , ୩ମୃତ ଓ ଡ୍ରାଇଭର ଆହତ

ଯୋଡା , (ଯୁଗାଦ୍ଦ ନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡା ସହରର ଗଣେଶ ଭବନଠାରେ ଏକ ବଲେରୋ ଲୁଟ୍ କରି ଫେରାର ହେଉଥିବା ସମ୍ୟୟରେ ଦୁର୍ଘଟଣା ଘଟି ୨ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସୁଚନାନୁସାରେ, ସୋମବାର ଦିନ ଯୋଡା ସହରର ଫେରୋ ମାଙ୍ଗାନିଜ୍ ପ୍ଲାନ୍ଟ ନିକଟରୁ ଏକ ବଲେରୋ ନଂ ଓଆର୦୨ ଏଏନ୍ ୫୦୮୬ ଲୁଟ୍ କରି ଫେରାର ହୋଇଯାଉଥିବା ବେଳେ ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ୍ ସମୟରେ ଗଣେଶ ଭବନ ନିକଟ ରାସ୍ତା ପାଶ୍ୱର୍ରେ ଯାଉଥିବା ଦୁଲୁନ ଲୋହାର (୩୫) ଓ ତାଙ୍କ ୩ ବର୍ଷର ପୁଅ ମୁନୁ ଲୋହାର, ୫ବର୍ଷର ଝିଅ ପ୍ରିୟା ଲୋହାର ଉପରେ ଅନିୟନ୍ତ୍ରିତ ହୋଇ ବଲେରୋଟି ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଲୁନ ଲୋହାରଙ୍କ ମୃତ୍ୟୁ ଘଟିିଥିଲା । ଅନ୍ୟ ୨ଜଣଙ୍କୁ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ହେଁ, ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ତଥା ଲୁଟ୍ କତି ବଲେରୋ ନେଇ ଫେରାର ହୋଇଯାଉଥିବା ଡ୍ରାଇଭର ଯୋଡା ଅଂଚଳର ଗୁଲୁଆ ଖାନ୍ ବୋଲି ଜଣାପଡିଛି । ସେ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ