ଲୁଟେରାଙ୍କ ପାଇଁ ଚରାଭୁଇଁ ପାଲଟିଛି ଚିକିଟି

ଚିକିଟି , (ଯୁଗାବ୍ଦ ନ୍ୟୁଜ) : ନୂଆଁଗା ଥାନା ଇଲାକାରେ ଦିନକୁ ଦିନ ଚୋରୀ ଡକାୟତୀ , ଲୁଟ , ଜୁଆ ଖେଳ ଆଦି ପାଇଁ ସୁରକ୍ଷିତ ଜାଗା ପାଲଟିଛି । ଚିକିଟି ଫାଣ୍ଡି ଅଧିନସ୍ଥ ପ୍ରତ୍ୟେକ ଗାଁରେ ଛୋଟ ମୋଟ ଚୋରୀ ବଢିଥିବା ପ୍ରକାଶ ପାଇଛି । ଗତ କିଛି ଦିନ ହେଲା ଚିକିଟି ପେଣ୍ଠ ତଥା ତାର ଆଖପାଖ ଇଲାକାରେ ଅନବରତ ଚୋରୀ , ଡକାୟତି , ଏଟିଏମରୁ ଟଙ୍କା ଲୁଟଆଦି ଘଟଣା ଘଟୁଥିଲେ ମଧ୍ୟ ଲୋକେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୀଥଳ ଯୋଗୁଁ ଅଭିଯୋଗ ଦେଉନାହାନ୍ତି । କେହି ଅଭିଯୋଗ ଦେଇଥିଲେ ମଧ୍ୟ ଚୋର ଧରାପଡିନଥିଲା । ତେବେ ଗତକାଲି ରାତିରେ ଚିକିଟି ପେଣ୍ଠର ବଗଳାମୁଖୀ ମନ୍ଦିରର ଚୋରୀ ହୋଇଯାଇଛି । ମିଳିଥିବା ସୁଚନା ମୁତାବକ ଗତକାଲି ସଂନ୍ଧ୍ୟାରେ ମନ୍ଦିର ପୂଜକ ପ୍ରତିଦିନ ପରି ସଂନ୍ଧ୍ୟାରେ ଆଳତୀ ସାରି ତାଲା ବନ୍ଦ କରି ଘରକୁ ଯାଇଥିଲେ । ମଧ୍ୟ ରାତ୍ରୀରେ ଚୋର ଆସି ମନ୍ଦିରର ପଛଗ୍ରୀଲର ଗେଡାକୁ କଟର ସାହାର୍ଯ୍ୟରେ କାଟି ମନ୍ଦିର ଭିତରେ ପଶି ହୁଣ୍ଡି ବାକ୍‌ସକୁ ପଦାକୁ ନେଇ ଲୁଟିଥିଲେ । ଏହା ସହ ବଗଳାମୁଖୀ ପରିଧାନ କରିଥିବା ସୁନାର ଆଖି , ତାଡ , ମୁକୁଟ , ମାଳୀ , କାନଫୁଲ , ଅଣ୍ଟାପାତିଆ , ଆସିବା ପତ୍ର , ପୁଜା ଥାଳୀ ଭୋଗଥାଳୀ ଏଣେତେଣେ ଭିଞ୍ଚି ପଡିଛି । ଏନେଇ ଭକ୍ତମାନେ ମନ୍ଦିରର ପରିଚାଳନା କମିଟିକୁ ଖବର ଦବୋ ପରେ ସମସ୍ତେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଘଟଣଆସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇ ଘଟଣଆସ୍ଥଳରୁ ନୂଆଁଗା ଥାନା ଅଧିକାରୀ ଓ ଚିକିଟି ଫାଣ୍ଡି ଅଧିକାରୀ ପହଞ୍ଚି ଘଟଣାର ଛାନଭିନ ଚଲାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ