ଲୁଟେରା ଗିରଫ
ବ୍ରହ୍ମପୁର ରେଳବାଇ ପୁଲିସ୍ , ଜିଆର୍ ପି ଓ ଏସ୍ ଟିଏଫ୍ ସହଯୋଗରେ ରେଳଯାତ୍ରା ଙ୍କ ଠାରୁ ବ୍ୟାଗ ଲୁଟ୍ କରୁଥିବାବେଳେ ଗିରଫ କରିଛି ପୁଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି ବ୍ରହ୍ମପୁର ବାବାଜୀ ତୋଟା ସାହିର ଜଗନ୍ନାଥ ବେହେରା । ସୂଚନା ଅନୁସାରେ ରେଳରେ ଯାତ୍ରା କରୁଥିବା ପଶ୍ଟମବଙ୍ଗର ପୂର୍ବ ମେଦିନାପୁର ଅଜିଜୁୁଲ ରେହେମାନଙ୍କୁ ଠାରୁ ବ୍ୟାଗ ନେଇ ଫେରାର ହେବା ସମୟରେ ଜଗନ୍ନାଥକୁ କାବୁକରିଥିଲା ପୁଲିସ ଜବତ ହୋଇଥିବା ବ୍ୟାଗରେ ୬୪୦୦ ଟଙ୍କା ୨ଟି ମୋବାଇଲ ଫୋନ୍ ଠାରୁ ଆରମ୍ଭ କରି ଅନେକ ମୂଲ୍ୟ ଜିନିଷ ପତ୍ର ଥିଲା । ଅଜିଜୁଲ ଙ୍କ ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରିଛି ।