ଲୁଟ୍ ଉଦ୍ୟମରେ ଡ୍ରାଇଭରକୁ ମାଡ, ଥାନାରେ ଅଭିଯୋଗ
ଯୋଡ଼ା (ଯୁଗାଦ୍ଦ) : ବାମେବାରୀ ଥାନା ଅନ୍ତର୍ଗତ କେଏମସି ମାଇନ୍ସ୍ ନିକଟରେ ଲୁଟ୍ ଉଦ୍ୟମ କରୁଥିବା ଦୁର୍ବୁତଙ୍କୁ ବିରୋଧ କରିବାରୁ ଜଣେ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମରାଯାଇଥିବା ନେଇ ଶନିବାର ଯୋଡା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସର ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ୧୪ ଚକିଆ ଟ୍ରକ ନଂ ଓଡି୨୯ସି୪୪୬୧ ର ଡ୍ରାଇଭର ଦିଲିପ କୁମାର ଦାସ ଟ୍ରକ ନେଇ ଯାଉଥିବା ବେଳେ ଉକ୍ତ ମାଇନସ ନିକଟରେ କିଛି ଦୁର୍ବୁତ ଟ୍ରକକୁ ଅଟକାଇ ଲୁଟ୍ ଉଦ୍ୟମ କରିଥିଲେ । ଟ୍ରକର ଡ୍ରାଇଭର ଦିଲିପ କୁମାର ଦାସ ସେମାନଙ୍କୁ ବିରୋଧ କରିବାରୁ ଦୁର୍ବୁତମାନେ ତାଙ୍କୁ ନିସ୍ତୁକ ମାଡ ମାରି ସେଠାରୁ ଫେରାର ହୋଇଯାଇଥିଲେ । ଶନିବାର ଦିନ ଡ୍ରାଇଭର ଦିଲିପ କୁମାର ଦାସ ଏନେଇ ବାମେବାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ କେଶ୍ ନଂ ୩୦/୨୦୨୦ ରୁଜୁ କରି ତଦନ୍ତ ଚଳାଇଥିବା ପୋଲିସ ସୂଚନା ଦେଇଛି ।