ଲୁଟ୍ ପାଇଁ ଦୁର୍ବୁତ୍ତ କଲେ ଆକ୍ରମଣ ,ମହିଳା ସମେତ ଯୁବକ ଗୁରୁତର
ଭୂବନେଶ୍ୱର ରାଜଧାନୀ ଧିରେ ଧିରେ କ୍ରାଇମ୍ ସିଟି ପାଲଟି ଯାଉଥିବା ସମୟରେ ଦିନ ଦ୍ୱିପହରରେ ଆତଙ୍କରାଜ ଓ ଲୁଟ ପାତ ଆତଙ୍କରାଜ କରୁଥିବା ଘଟଣା କମିସନ ରେଟ୍ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଖବର ଅନୁଯାୟୀ ବୁଧବାର ପ୍ରାତଃ ସମୟରେ ଯୁବକ ଜଣକ ଜଣେ ମହିଳାଙ୍କୁ ବାଇକରେ ବସାଇ କାରଗିଲ ରୋଡ ଦେଇ ମାଷ୍ଟର କ୍ୟାଣ୍ଟିନ ରୋଡ ଆସୁଥିବା ସମୟରେ ୩ ଗୋଟି ବାଇକରେ ଆସି କିଛି ଦୁବୁତ୍ତ ଲୁଟ୍ କରିବା ସହ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।ମାଷ୍ଟର କ୍ୟାଣ୍ଟିନ ପରିସର ଆଡକୁ ଆସୁଥିବା ସମୟରେ ଏଭଳି ଘଟଣା ଘଟାଇଛନ୍ତି ଦୁର୍ବୁତ୍ତ । ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିବା ସହ ତଦନ୍ତ ଜାରୀ ରଖିଛି । ବାରମ୍ଭାର ଲୁଟପାତ ହେଉଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।