ଲୁଥେରାନ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀଙ୍କୁ ଦୁଷ୍କର୍ମ ପରେ ଶିଶୁପୁତ୍ର ଜନ୍ମ ଅଭିଯୋଗର ତଦନ୍ତ ପାଇଁ ସ୍ୱତନ୍ତ ତଦନ୍ତ ଟିମ ଗଠନ କଲେ ଏସପି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କସ୍ଥିତ ଲୁଥେରାନ ମହିଳା ସମିତି ଶିଶୁ ଯତ୍ନ ଅନୁଷ୍ଠାନର ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମରୁ ଶିଶୁପୁତ୍ର ଜନ୍ମ ଅଭିଯୋଗର ତଦନ୍ତ କରିବା ପାଇଁ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ଏକ ସ୍ୱତନ୍ତ୍ର ତଦନ୍ତ ଟିମ ଗଠନ କରିଛନ୍ତି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମନାନ୍ଦ ଗାଗାରିନ ମହାନ୍ତିଙ୍କ ନେତୃତ୍ୱରେ ଗଠିତ ଏହି ସ୍ୱତନ୍ତ୍ର ତଦନ୍ତ ଟିମରେ ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ଆଇ.ୟୁ.ସି.ଏ.ଡବ୍ଲୁ.ର ଇନିସପେକ୍ଟର ସସ୍ମିତା ବେହେରା, ଟାଉନ ଥାନାର ମହିଳା ସବଇନିସପେକ୍ଟର କାଦମ୍ବିନି ପରିଡା ଓ ମାର୍ଶାଘାଇ ଥାନାର ସବଇନିସପେକ୍ଟର ଦେବାଶିଷ ପଣ୍ଡା ରହିଛନ୍ତି । ନବ ଗଠିତ ପୋଲିସ ଟିମଟି ମାର୍ଶାଘାଇ ଥାନା କେଶ ନମ୍ବର ୧୮୩/ ୨୦୨୧(ତା୬.୦୪.୨୦୨୧)ର ଆଇପିସିର ଧାରା ୩୭୬(୨)(୧),୨୯୪, ୫୦୬, ୩୪,୧୦୯ ଏବଂ ମାର୍ଶାଘାଇ ଥାନା କେଶ ନମ୍ବର ୧୮୭/୨୦୨୧(ତା ୮.୦୪.୨୦୨୧)ର ଆଇ.ପି.ସିର ଦଫା ୩୭୬(୨)(ଘ)(୧),୩୭୦, ୪୦୩, ୪୦୬ ଓ ୩୪ ଘଟଣା ସମ୍ପର୍କରେ ପେଷାଦାର ମନୋଭାବ ସହ ସଠିକ ଢଙ୍ଗରେ ତଦନ୍ତକୁ ତ୍ୱରାନ୍ୱିତ କରବା ପାଇଁ ଗଠନ କରାଯାଇଛି । ଏହି ତଦନ୍ତକାରୀ ଟିମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାନ୍ତିଙ୍କ ପରାମର୍ଶ ଓ ନିର୍ଦେଶ କ୍ରମେ କାର୍ଯ୍ୟ କରିବ ବୋଲି ନିର୍ଦେଶରେ ଉଲ୍ଲେଖ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ