ଲୁପ୍ତ ପୁରାତନ କୀର୍ତ୍ତି

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବ୍ଲକ୍ ର ଶିଆଳି ପଞ୍ଚାୟତ ଅନ୍ତର୍ଗତ ଝଙ୍କରିଗୁଡ଼ା ଗ୍ରାମରେ ଗୋଟିଏ କପା ଚାଷ ହେଉଥିବା ଜମିରୁ ମିଳିଥିବା ଏକ ପଥର ଖଣ୍ଡ ଯାହାକି କୌଣସି ପୂରାତନ କୀର୍ତ୍ତି ର ଅବୟବ ଭାବେ ମାଟି ତଳୁ ଉଦ୍ଧାର କରଯାଇଛି।ଏହି ଚାଷ ଜମିର ସିମିଆ ଶବର ଚାଷ କରୁଥିବାବେଳେ ଲଙ୍ଗଳ ରେ କୌଣସି ଶିଳା ଖଣ୍ଡ ଥିବା ଜାଣି ତାକୁ ଜେସିବି ଦ୍ଵାରା ଖନନ କରିବା ଦ୍ଵାରା ଉକ୍ତ ଶିଲାଖଣ୍ଡ ବାହାରିଲା। ସେଇ ଶିଳା ମଧ୍ୟରୁ ଗୋଟିଏ ଗୋଲାକାର ବାହାରିଛି ଯାହାକି କୌଣସି ମନ୍ଦିର ଚୂଳ ସଦୃଶ ଦେଖାଯାଉଛି। ଏଠାକାର ବରିଷ୍ଠ ବ୍ୟକ୍ତିମାନଙ୍କ କହିବା ଅନୁସାରେ ଉକ୍ତ ସ୍ଥାନ ରେ ମନ୍ଦିର ବା ବୌଦ୍ଧ ଭିକ୍ଷୁ ମାନଙ୍କ କିଛି ବିହାର ଥିବା ଅନୁମାନ କରାଯାଏ। ଏଇ କୀର୍ତ୍ତି ନିକଟର ଧୋବା ପାହାଡ ଓ ଝରଣା ରହିଥିବାରୁ ଏଠାରେ କୌଣସି ପୁରୁଣା କୀର୍ତ୍ତି ଥିବାର ଅନୁମାନ କରାଯାଏ। ଏହି ସ୍ଥାନକୁ ସାମ୍ୱାଦିକ ତଥା ସସ୍କୃତି ପ୍ରେମୀ ହୃଷୀକେଶ ଗୌଡ଼, ଆନନ୍ଦ ଚନ୍ଦ୍ର ପାତ୍ର, ରବୀନ୍ଦ୍ର ନାଥ ମଲ୍ଲିକ ଓ ଅଜିତ ପଟ୍ଟନାୟକ ଆଦି ଯାଇ ସେଠାକାର ପୂର୍ବତନ ସରପଞ୍ଚ ରାମ ଚନ୍ଦ୍ର ଗନ୍ତାୟତ ଓ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଜାଗାକୁ ପ୍ରତ୍ନତତ୍ତ୍ଵ ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ