ଲୁହାଗୁଡି ଗାଁରେ ବିଏସଏନଏଲ ସେବା ଠପ

ମୋହନା , (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡି ଗାଁରେ ଗତ ତିନି ଦିନ ହେଲାଣି ବିଏସଏନଏଲ ସେବା ଠପ ହୋଇଯିବା ଫଳରେ ସ୍ଥାନୀୟ ଅଂଚଳରେ ବସବାସ କରୁଥିବା ଲୁହାଗୁଡି, ଶୁକୁଳିପଦର, ମେରାପଲ୍ଲୀ ଓ ଗୋବିନ୍ଦପୁର ପଞ୍ଚାୟତର ଶହ ଶହ ଗାଁ ସମେତ ଗଞ୍ଜାମ ଜିଲ୍ଲାର ବହୁ ସୀମାନ୍ତ ବର୍ତ୍ତି ଗାଁଗୁଡିକର ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ଏହି ଭାରତ ସଞ୍ଚାର ନିଗମ ଲିମିଟେଡ଼ ଭାରତ ବର୍ଷରେ ଏକ ବୃହତ ଟେଲିକମ ସେବା ଭାବରେ ବେଶ ପରିଚିତ ଥିବା ବେଳେ ଅଧିକାଂଶ ସମୟରେ ସେବା ପାଇବାରୁ ଜନସାଧାରଣ ବଞ୍ଚିତ ହେଉଛନ୍ତି । ଦୃଗମ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଟେଲିକମ୍ ସେବା ନିହାତି ଆବଶ୍ୟକ ଥିବା ବେଳେ ବାରମ୍ବାର ଦୂର ଭାଷା ଭଳି ଅତ୍ୟାବଶ୍ୟକ ସେବା ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି। ଯାହାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଞ୍ଚଳବାସୀ ସମସ୍ୟା ସମ୍ପର୍କରେ ଅବଗତ କରାଉଥିଲେ ବି ଅଧିକାରୀମନେ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରୁ ଗସ୍ତ କରି ଯାତ୍ରୀମାନେ ଗଜପତି ଜିଲ୍ଲାକୁ ପ୍ରବେଶ କରିବା ମାତ୍ରେ ଲୁହାଗୁଡି ଛକ ପଡିଥାଏ । ଏବେ ପର୍ଯ୍ୟଟନ ୠତୁ ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟନମନେ ଏଠାକୁ ଆସିଥାନ୍ତି । ହେଲେ , ଏହି ଅଂଚଳର ଜନସାଧାରଣ ତଥା ଏହି ଅଞ୍ଚଳକୁ ଦୈନିକ ଆସୁଥିବା ପର୍ଯ୍ୟଟନମନେ ବିଏସଏନଏଲ ସେବା ନ ପାଇ କମ୍ପାନୀ ଉପାରେ ଖୁବ୍ଧ ହେଉଛନ୍ତି । ତେଣୁ ବିଭାଗୀୟ କତ୍ତୃପକ୍ଷ ତୁରନ୍ତ ସମସ୍ୟା ସମାଧାନ ସହ ଲୋକଙ୍କୁ ସେବା ଯୋଗାଇ ଦେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ