ଲୁହାଙ୍ଗର ପଞ୍ଚାୟତ ଠାରେ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଲୁହାଙ୍ଗର ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସର ଠାରେ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମ ସଭାରେ ସ୍ଥାନୀୟ ସରପଞ୍ଚ ସୁବାସିନି ମଣ୍ଡଳ ସଭାପତିତ୍ପ କରିଥିଲେ। ପଞ୍ଚାୟତର ଗ୍ରାମ ମାନଙ୍କରେ ପଲିସଭା ଅନୁଷ୍ଠିତ କରି ୱାଡ ଅନୁଯାଇ ମୌଳିକ ସମସ୍ୟା ଗୁଡ଼ିକୁ ଯୋଜନା ପ୍ରସ୍ତୁତ କରି ସରପଞ୍ଚଙ୍କୁ ପ୍ରଦାନ କରିଥିଲେ। ପଞ୍ଚାୟତ ବାସୀଙ୍କ ମୋଲିକ ସମସ୍ୟାର ସମାଧାନ କିପରି କରାଯାଇ ପାରିବ ଆଲୋଚନା କରାଯାଇଥିଲା। ଏହି ଯୋଜନା ଗୁଡ଼ିକୁ କିଭଳି ତରିତ ବାବେ କାର୍ଯ୍ୟକରି ହୋଇପାରିବ ସେ ବିଷୟ ନେଇ ଶ୍ରମଜୀବୀ ଏକତା ଅଭିଯାନର ନୂଆଗଡ଼ ବ୍ଲକ ସଂଯୋଜକ ସୁଶାନ୍ତ କୁମାର ପଟ୍ଟନାୟକ ବୁଝାଇ ଥିଲେ। ଏଥିରେ ନାଏବ ସରପଞ୍ଚ ରାଜେଶ ମଣ୍ଡଳ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରି ଅର୍ଚ୍ଚନା ନାୟକ, ଜିଆରଏସ୍ ୱାଇ ତ୍ରିପତି, ଗ୍ରାମ ସଭା ମୋବିଲାଇଜର ମୋନିକା ଲିମା,ସମସ୍ତ ୱାର୍ଡ ସଭ୍ୟ ସଭ୍ୟା,ଏମବିକେ, କୃଷକ ସାଥୀ, ଗାଁ ସାଥୀ ସମେତ ଜନସାଧାରଣ ଉପସ୍ଥିତ ଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରି ଅର୍ଚ୍ଚନା ନାୟକ ଏହି ବୈଠକକୁ ପରିଚାଳନା କରିବା ସହିତ ଧନ୍ୟବାଦ ଜଣାଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ