ଲୁହାଛଡ଼ ରେ ଆକ୍ରମଣ ବୃଦ୍ଧ ଗାଁ ବଇଦ ଗୁରୁତର 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ପିତାମ୍ବରପୁର ଗ୍ରାମରେ ଜଡ଼ି ବୁଟି ଚିକିତ୍ସା କରୁଥିବା ଗାଁ ବଇଦ ବଙ୍ଗାଳୀ ସେଠୀ ଙ୍କୁ ଶୁକ୍ରବାର ଅପରାହ୍ନରେ କିଛି ଦୁର୍ବୃତ୍ତ ଗ୍ରାମ ନିକଟ ପାଞ୍ଚଆମ୍ବ ଛକ ନିକଟରେ ଘାତକ ଆକ୍ରମଣ କରି ଆଖି ପିଛୁଳାକେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ବୃଦ୍ଧ ବଙ୍ଗାଳୀ ଗାଁ ଗାଁ ବୁଲି ଜଡ଼ି ବୁଟୀ ଦ୍ଵାରା ମଧୁମେହ,ପେଟ ରୋଗ ଭଳି  ବିଭିନ୍ନ ରୋଗର ଆୟୁର୍ବେଦ ଚିକିତ୍ସା କରନ୍ତି। ଶୁକ୍ରବାର ମଧ୍ୟାହ୍ନରେ ବ୍ରହ୍ମପୁର ଖୋଡାସୀଙ୍ଗି ଅଞ୍ଚଳର ୨ ଜଣ ଯୁବକ ବଙ୍ଗାଳୀ ଙ୍କ ଘରକୁ ଆସି ତାଙ୍କୁ ମଧୁମେହ ରୋଗର ଔଷଧ ମାଗିଥିଲେ ।ଔଷଧ ସରିଯାଇଛି।ଦିନେ ଦୁଇଦିନ ପରେ ଆସିଲେ ଔଷଧ ଦେବି ବୋଲି ବଙ୍ଗାଳୀ ଯୁବକ ଦ୍ବୟ ଙ୍କୁ କହିଥିଲେ। ପରେ ଯୁବକ ଦ୍ୱୟ ପଳାଇଥିଲେ । ଅପରାହ୍ନ ରେ ବଙ୍ଗାଳୀ କୌଣସି କାମରେ ସାଇକେଲ ଯୋଗେ ପିତାମ୍ବରପୁର ରୋଡ଼ ଛକ କୁ ଯାଉଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ଛକି ରହିଥିବା ଯୁବକ ଦ୍ୱୟ ତାଙ୍କୁ ରାସ୍ତାରେ ଅଟକାଇ ଲୁହାଛଡ଼ ରେ ଆକସ୍ମିକ ଭାବେ ନିସ୍ତୁକ ମାଡ଼ ମାରି ଚମ୍ପଟ ମାରିଥିଲେ। ବଙ୍ଗାଳୀ ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇ ତଳେ ପଡ଼ିଥିଲେ। ରାସ୍ତାରେ ଆସୁଥିବା  କିଛି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ତାଙ୍କ ୨ ଗୋଡ଼,ଡାହାଣ ହାତ ଭାଙ୍ଗି ଯାଇଥିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।ଆକ୍ରମଣ ର କାରଣ ଜଣାପଡ଼ିନଥିବା ବେଳେ ଆକ୍ରମଣକାରୀ ଦୁର୍ବୃତ୍ତ ଙ୍କ ମଧ୍ୟ ପତ୍ତା ମିଳିପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ