ଲୁହା ପଥର ଚୋରା ମାମଲାରେ ଆଉ ୩ ଅଭିଯୁକ୍ତ ଗିରଫ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣିଠାରେ ଲୁହା ପଥର ଗୁଣ୍ଡ ଚୋରା ଚାଲାଣ ବେଳେ ୫ଗାଡି ଜବତ ହେବା ଘଟଣାରେ ପୋଲିସ ବୁଧବାର ଆଉ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ପଳଶା ଗ୍ରାମର ଦୁଃଶାସନ ବାରିକ, ଜୁରୁଡି ଅଂଚଳର ଶ୍ୟାମଘନ ବାରିକ, ପଣ୍ଡାପଡା ଫୁଲଝରର ସନାତନ ବେହେରା । ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଗତ ତା ୨୬/୦୩/୨୦୨୧ ରିଖ ବିଳମ୍ବିତ ରାତିରେ ବାଂଶପାଣିଠାରୁ ୪ଟି ଟ୍ରେଲର ଓ ଗୋଟିଏ ଟ୍ରକ୍‌ରେ ଗୁଣ୍ଡ ଲୁହା ପଥର ଚୋରା ଚାଲାଣ କରାଯାଉଥିବା ବେଳେ ପୋଲିସ ଉକ୍ତ ଗାଡିଗୁଡିକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏ ନେଇ କେସ୍ ନଂ ୪୫/୨୧ ଥାନାରେ ରୁଜୁ ହୋଇଛି । ଏହି ମାମଲାରେ ପୋଲିସ ସମୁଦାୟ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବଡବିଲ ଏସଡିପିଓ ସୁଧାଂଶୁ ଶେଖର ବେହେରାଙ୍କ ନେତୃତ୍ୱରେ ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ସଦଳବଳେ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ