ଲେଖା ଜଣା ନଥିବା ହେତୁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କରିଲେ କୋର୍ଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ବାକ୍ଷର ଜଣାନଥିବାରୁ ସରପଞ୍ଚ ଙ୍କୁ ଅଯୋଗ୍ୟ ଭାବେ ବିବେଚିତ ହୋଇଛନ୍ତି। ଆଜି ଏଭଳି ଏକ ମାମଲାର ରାୟ ପ୍ରକାଶ ର ଶୁଣାଣି ହୋଇଛି ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ । ରାୟ ଆଧାରରେ ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମପଞ୍ଚାୟତ ର କାର୍ଯ୍ୟରତ ସରପଞ୍ଚ କନକ ଲତା ପାଲ କୁ ଅଯୋଗ୍ୟ ଭାବେ ଘୋଷଣା କରିଛନ୍ତି ମାନ୍ୟବର ଅଦାଲତ । ୨୦୨୨ ପଞ୍ଚାୟତ ନିର୍ବାଚନରେ ଚାନ୍ଦିପୁଟ ପଞ୍ଚାୟତ ପାଇଁ ଆଦୀବାସୀ ମହିଳା ଙ୍କ ଲାଗି ସିଟ୍ ସଂରକ୍ଷିତ ରହିଥିଲା ଏବଂ ୫ ଜଣ ସରପଞ୍ଚ ପ୍ରାର୍ଥୀନୀ ନାମାଙ୍କନ କରି ନିର୍ବାଚନ ଲଢିଥିଲେ । ସେତେବେଳେ ମୋଟ ୧୫୪୭ ଭୋଟ ପାଇଁ ବିଜୟୀ ଲାଭ କରି ଚାନ୍ଦିପୁଟ ପଞ୍ଚାୟତ ରେ ସରପଞ୍ଚ ଭାବେ କାର୍ଯ୍ୟରତ ଥିଲେ କନକଲତା ପାଲ୍। କିନ୍ତୁ ଗ୍ରାମ ପଞ୍ଚାୟତ ଅଧିନିୟମ ୧୧ବି ଅନୁସାରେ ଜଣେ ପ୍ରାର୍ଥୀ କମ୍ ସେ କମ୍ ଲେଖା ପଢ଼ା ଜାଣିଥିବା ଦରକାର ହେତୁ ସେ ପଢ଼ିବା ଜାଣିଥିଲେ କିନ୍ତୁ ଲେଖିବା ଜାଣି ନଥିଲେ । ଯାହା ଫଳରେ ଦୂତିୟ ସ୍ଥାନରେ ପରାଜିତ ପ୍ରାର୍ଥୀ ଲଳିତା ବଡ଼ରଇତ ପ୍ରଥମେ ମୋହନା ନିର୍ବାଚନ ଅଧିକାରୀ ଙ୍କ ପାଖରେ ଅଭିଯୋଗ କରିଥିଲେ । କୌଣସି ସୁଫଳ ନମିଳିବା ରୁ ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ରେ ଅଭିଯୋଗ ଦାଖଲ କରିଥିଲେ। ପରେ ଅଦାଲତ ରେ ତାଙ୍କୁ ଓଡ଼ିଆ ଲେଖିବା ଓ ପଢ଼ିବା ପାଇଁ କୁହାଯାଇଥିଲା । ସେ ପଢ଼ିବା ସକ୍ଷମ ହୋଇଥିଲେ ମଧ୍ୟ ଲେଖିବା ତାଙ୍କ ପାଇଁ ସମ୍ଭବ ହୋଇ ପାରିନଥିଲା। ଲେଖା ଜଣା ନଥିବା ଦେଖି ଦିର୍ଘ ଦୁଇ ବର୍ଷ ପରେ ସାକ୍ଷ୍ୟ ପ୍ରମାଣ ସହ ବିଚାରପତି ସୁଭଜିତ୍ ବେହେରା ସରପଞ୍ଚ ଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ ପୁଣି ପୁନଃ ନିର୍ବାଚନ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ସହ ମୋହନା ବିଡ଼ିଓ ଙ୍କୁ ବିଭାଗୀୟ ବିଚାରପତି ନିର୍ଦେଶ ଦେଇଥିବା ସହ ରାୟ ଶୁଣାଇଥିବା କହିଛନ୍ତି ଲଳିତା ବଡ଼ରଇତ ଙ୍କ ଓକିଲ ସନ୍ତୋଷ କୁମାର ପାଢ଼ୀ । ଅପରପକ୍ଷେ ପ୍ରତି ପକ୍ଷରେ ଥିବା କନକଲତା ପାଲ୍ ଏହିyour ବିଚାର ରେ ସନ୍ତୁଷ୍ଟ ନାହାଁନ୍ତି ଓ ପୂର୍ବରୁ ଦୀର୍ଘ ପାଞ୍ଚ ବର୍ଷ ସେ ସରପଞ୍ଚ ଭାବେ କାର୍ଯ୍ୟକରିଥିଲେ ସହ ଉପରିସ୍ଥ କୋର୍ଟ ର ଦ୍ବାରସ୍ଥ ହେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ