ଲେଟ୍ସ୍ ସ୍ମାଇଲ ତରଫରୁ ସ୍ଵତଗଙ୍ଗାରେ କୋରନା ମହାଯୋଦ୍ଧା ସମ୍ମାନ
ଯାଜପୁର, (ୱାଇଏନ୍ଏ୍): ଶ୍ରୀକ୍ଷେତ୍ର ଧାମରେ ଲେଟ୍ସ ସ୍ମାଇଲ ସାମାଜିକ ସଙ୍ଗଠନ ଓଡ଼ିଶା ତରଫରୁ ଏକ କୋରନା ମହାଯୋଦ୍ଧା ସମ୍ମାନ ଏବଂ ସମ୍ବର୍ଧନା ସଭା ଶ୍ୱତଗଙ୍ଗା ଠାରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ ମହାମାରୀ Covid-19 ଭୂତାଣୁ ସଂକ୍ରାମଣକୁ ଭୂକ୍ଷପ ନକରି ନିଜ ଜୀବନକୁ ବାଜି ଲଗାଇ ସମଗ୍ର ମାନବ ଜାତି ପ୍ରତି ସମପ୍ରିତ ଥିବା ଯୋଦ୍ଧା ମାନଙ୍କର ତ୍ୟାଗ ନିଷ୍ଠା ଶ୍ରମ ଏକ ଆଦରଣୀଅ ପରିଧି ଗଢିତୋଳିଛି ଏହି କାର୍ଯ୍ୟକ୍ରମରେ ୮ଟି ସମାଜିକ ସଙ୍ଗଠନ ଏବଂ କିଛି ସ୍ୱଚ୍ଛାସେବୀଙ୍କୁ କୁ ସମ୍ବନ୍ଧିତ୍ର କରାଯାଇଛି। ହୋପ ଇଜ୍ ଲାଇଟ୍,ପୁରୀ ଜନଜାଗରଣ ମଞ୍ଚ, ମାରୁତି ସେନା,ପୁରୀ ଯୁବ ବିକାଶ ପରିଷଦ,ପୁରୀ ସେବା ସମିତି,ୟୁନିଟ୍ ଫ୍ୟାମେଲି,ସାହିବାହି ଟ୍ରଷ୍ଟ,ଜୟ ଜଗନ୍ନାଥ ସେବା ସମିତି ସମ୍ବର୍ଧିତ କରାଯାଇଥିଲା ଲେଟ୍ସ୍ ସ୍ମାଇଲର ପ୍ରତିଷ୍ଠାତା ଦିଲ୍ଲିପ ଧିର ସାମନ୍ତ, ମୁଖ୍ୟ ଉପଦେଷ୍ଟା ଶୁଭ୍ରାନ୍ତ ଶେଖର ଦୋରା, କୋଷାଧ୍ୟକ୍ଷ ରାଜେଶ କୁମାର ବଳ, ସଭାପତି ରାଜେନ୍ଦ୍ର ଖଣ୍ଡାଇ ଙ୍କ ସମତେ କାର୍ଯ୍ୟକାରୀ ସଭାପତି ଦେବବ୍ରତ ମହାପାତ୍ର, ମଞ୍ଜିତ ମହାନ୍ତି , ଆଲୋକ ଜେନା, କେଶବ ଚନ୍ଦ୍ର ଦାସ,ବିଜେନ୍ଦ୍ର ଖଣ୍ଡାଇ, ମହେନ୍ଦ୍ର ସ୍ୱାଇଁ, ରିଙ୍କୁ ଜେନା,ପ୍ରତିକ୍ଷ୍ କୁମାର,ତୋଫାନ ଷଣ୍ଢ ଉପସ୍ଥିତ ଥିଲେ। ଏବଂ ବିଜୁ ଯୁବ ଜନତା ଦଳର ସମ୍ପାଦକ ତଥା ବରିଷ୍ଠ ସମାଜସେବୀ ଆଶିଷ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ପୁରୀ ଜିଲ୍ଲା ଛାତ୍ର ସଭାପତି ନାରଣ ସିଂ ଏହି ଭଳି ଏକ ମହତ କାର୍ଯ୍ୟ ପାଇଁ ଅନୁଷ୍ଠାନକୁ ଧନ୍ୟବାଦ ଅର୍ପଣ କରିଥିଲେ।