ଲେଟ୍ସ୍ ସ୍ମାଇଲ ସାମାଜିକ ସଙ୍ଗଠନ ତରଫରୁ କୋରନା ମହାଯୋଦ୍ଧା ସମ୍ମାନ ଓ ଶପଥ ଗ୍ରହଣ
ଯାଜପୁର, (ଓ୍ୱାଇଏନ୍ଏସ୍): ଲେଟ୍ସ୍ ସ୍ମାଇଲ୍ ତରଫରୁ କଟକ ଠାରେ କୋରୋନା ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ଏହି ଶପଥ ପାଠରେ ସ୍ଥିର କରାଗଲା ଯେତେଦିନ ପର୍ଯ୍ୟନ୍ତ କୋରୋନା ଥିବ ସେତେଦିନ ପର୍ଯ୍ୟନ୍ତ କୋରାନା ପ୍ରତିରୋଧ କରିବାପାଇଁ ଲୋକମାନଙ୍କୁ ସଚେତନ କରାଇବାର ସହ ଗରିବ ଅସହାୟ ଖଟିଖିଆ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ପାଇଁ ପ୍ରତିଶ୍ରୁତି ଦେଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଦିଲ୍ଲିପ ଧିର ସାମନ୍ତ , ମୁଖ୍ୟ ଉପଦେଷ୍ଟା ଶୁଭ୍ରାନ୍ତ ଶେଖର ଦୋରା, କୋଷାଧ୍ୟକ୍ଷ ରାଜେଶ ବଳ, ସଂଯୋଜକ କେଶବ ଚନ୍ଦ୍ର ଦାସ ସଭାପତି ରାଜେନ୍ଦ୍ର ଖଣ୍ଡାଇଙ୍କ ସମେତ କାର୍ଯ୍ୟକାରୀ ସଭାପତି ଦେବବ୍ରତ ମହାପାତ୍ର,ବିଜେନ୍ଦ୍ର ଖଣ୍ଡାଇ, ମଞ୍ଜିତ ମହାନ୍ତି, ମହେନ୍ଦ୍ର ସ୍ୱାଇଁ , ହିମାଂଶୁ ଶେଖର ଦୋରା, ଦିନେଶ ଦୋରା,ଆଲୋକ ଜେନା, ତୋଫାନ ଷଣ୍ଢ। କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଆଶିଷ କୁମାର ସାହୁ ଉପସ୍ଥିତ ରହି ଧନ୍ୟବାଦ ଅର୍ପଣ କରିଥିଲେ।


