ଲେଟ୍ସ୍ ସ୍ମାଇଲ ସାମାଜିକ ସଙ୍ଗଠନ ତରଫରୁ ରଞ୍ଜନ ବିଶ୍ୱାଳ କୋରନା ଯୋଦ୍ଧା ସମ୍ମାନ।
କଟକ,(ଓ୍ବାଇଏନ୍ଏସ୍): ଜୀବନ ବିନ୍ଦୁ ସଞ୍ଜୋଯୋକ ତଥା ସମାଜସେବୀ ଶ୍ରୀ ରଞ୍ଜନ ବିଶ୍ବାଳ ଅଫିସ ରେ ଲେଟ୍ସ୍ ସ୍ମାଇଲ ପହଞ୍ଚି ତାଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲା। ଶୁଣିବାକୁ ମିଳୁଛି ଏଭଳି ମହାମାରୀ ସମୟରେ ରକ୍ତ ଅଭାବ ଦୁର କରିବାରେ ଶ୍ରୀ ରଞ୍ଜନ ବିଶ୍ବାଳଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଅନୁଷ୍ଠାନ ର ପ୍ରତିଷ୍ଠାତା ଦିଲ୍ଲିପ ଧିର ସାମନ୍ତ, ଉପଦେଷ୍ଟା ରାଜେଶ କୁମାର ବଳ, ସଭାପତି ରାଜେନ୍ଦ୍ର ଖଣ୍ଡାଇ, ଆଶିଷ କୁମାର ସାହୁ,ଦେବବ୍ରତ ମହାପାତ୍ର,ଆଲୋକ ଜେନା, ରାକେଶ କୁମାର ଜେନା,ପ୍ରତୀକ ନନ୍ଦ,ବିଜେନ୍ଦ୍ର ଖଣ୍ଡାଇ,କେଶବ ଚନ୍ଦ୍ର ଦାସ।


