ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦଙ୍କୁ ଅଭିନନ୍ଦନ ଜଣାଇଲା ପାଇକ ମହାସଂଘ

ଭୂବନେଶ୍ୱର,(ଓ୍ବାଇଏନ୍ଏସ୍): ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦଙ୍କୁ ଅଭିନନ୍ଦନ ଜଣାଇଲା ପାଇକ ମହାସଂଘ । ଦୀର୍ଘଦିନ ଧରି ପାଇକ ମହାସଂଘ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଓ ମହାମହୀମ ରାଷ୍ଟ୍ରପତିଙ୍କ ନିକଟରେ ‘କଳିଙ୍ଗ ରେଜିମେଣ୍ଟ’ ଅବା ପାଇକ ରେଜିମେଣ୍ଟ ଗଠନ ପାଇଁ ଦାବୀ ହୋଇ ଆସୁଅଛି । ଏଥିପାଇଁ ଲୋକସଭାରେ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଦାବୀ ଉତ୍‌ଥାପନ କରିଥିଲେ । ସମ୍ପ୍ରତି ଦେଶର ଉପ ସେନାମୁଖ୍ୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦ ପାଇଥିବା ଚଣ୍ଡିପ୍ରସାଦ ମହାନ୍ତିଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ନିଖିଳ ଉତ୍କଳ ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପ୍ରକାଶ କରିଛନ୍ତି । ଓଡ଼ିଶାର ଐରଖାରବେଳ ସ୍ୱର୍ଗତ ବିଜୁ ପଟ୍ଟନାୟକ କଳିଙ୍ଗ ରେଜିମେଣ୍ଟ ବା ପାଇକ ରେଜିମେଣ୍ଟ ଗଠନ କରିବା ପାଇଁ ପୂର୍ବରୁ କେନ୍ଦ୍ର ନିକଟରେ ଦାବି କରି ଆସୁଥିବା ସମୟରେ ସ୍କୁଲ୍ କଲେଜରେ ପାଇକ ଆଖଡ଼ା ଖୋଲି ଏହାକୁ ଏନ୍‌.ସି.ସି., ସ୍କାଉଟ ଭଳି ମାନ୍ୟତା ଦେବାକୁ ଚେଷ୍ଟା କରିଥିଲେ । ତାଙ୍କ ନିଧନ ପରେ ଏହା ସମ୍ଭବ ହୋଇପାରିଲା ନାହିଁ । ଆଜି ଓଡ଼ିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କ ଉଦ୍ୟମ ସାଢେ ଚାରିକୋଟି ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ବୋଲି ମହାସଂଘ ପ୍ରକାଶ କରିଛି । ଏହି ଅବସରରେ ପାଇକ ମହାସଂଘ ପକ୍ଷରୁ ପାଇକ ବିଶାରଦ କେଦାର ଦାସ, ପ୍ରଫେସର ଗାୟନ ସାମଲ, ରାଜ୍ୟ ଉପଦେଷ୍ଟା ବିଭୂତି ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ପାଇକ ସର୍ଦ୍ଦାର ରଞ୍ଜନ ବଳିଆରସିଂହ, ଉପସଭାପତି ଭୀମସେନ ପାଇକରାୟ, ଗୁରୁ ଭାସ୍କର ସୁନ୍ଦରାୟ, ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ, ଅଧ୍ୟାପକ ବରୁଣ ମାଝୀ ପ୍ରମୁଖ ଅଭିନନ୍ଦନ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ