ଲୋଏରବସଷ୍ଟାଣ୍ଡକୁ ସମସ୍ତ ବସ ଚଳାଚଳା ନିମନ୍ତେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ଛତ୍ରପୁର : ଜିଲ୍ଲାର ସଦରମହକୁମା ଛତ୍ରପୁର ପୁରୁଣା ବସଷ୍ଟାଣ୍ଡ (ଲୋଏରବସଷ୍ଟାଣ୍ଡ) କୁ ସମସ୍ତ ବସ୍ ଚଳାଚଳା କରିବା ସହିତ ଛତ୍ରପୁର ଠାରେ ତୁରନ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନିମନ୍ତେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏକ ସ୍ମାରକ ପତ୍ର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରିଛନ୍ତି । ସେମାନେ କହିଛନ୍ତିି ଯେ ପୁରୁଣା ବସଷ୍ଟାଣ୍ଡ କୁ ବସ ଗୁଡିକ ଚଳାଚଳ ନହେବା ଫଳରେ ବରିଷ୍ଠ ନାଗରିକ, ମହିଳା, ରୋଗୀ ଏବଂ ଜନସଧାରଣ ମାନେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହିତ ଅଟୋ ଭଡା ଦ୍ୱାରା ବହୁ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି । ତେଣୁ ଏହାର ନିରାକରଣ ନିମନ୍ତେ ଖୁବ୍ ଶୀଘ୍ର ପୁରୁଣା ବସଷ୍ଟାଣ୍ଡ କୁ ସିଟି ବସ ଠାରୁ ଆରମ୍ଭ କରି ସମସ୍ତ ବସ ଚଳାଚଳ କରିଲେ ଜନସଧାରଣ ଉପକୃତ ହେବେ । ଏହାସହିତ ଚଳିତ ଶିକ୍ଷା ବର୍ଷରେ ଛତ୍ରପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ତୁରନ୍ତ ଖୋଲାଯିବା ପାଇଁ ଦାବୀ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସିପିଆଇ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଏନ୍.ନାରାୟଣ ରେଡ୍ଡୀ, ରାଜ୍ୟନେତା ଗୋକୁଳ ଚନ୍ଦ୍ର ପଣ୍ଡା, ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସଂପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ଗଂଜାମ ଜୋନାଲ ସଂପାଦକ ବୃନ୍ଦାବନ ପଲେଇ ଓ ଆଦିତ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ