ଲୋକଙ୍କୁ ଖାଇବାକୁ ମିଳୁନି ଭାତ ହେଲେ ଡ୍ରେନରେ ଫିଙ୍ଗା ଯାଉଛି ବଳକା ଭାତ

ଜମନକିରା, (ଲିପନ ନାଏକ):ଜମନକିରା ବ୍ଲକ ଟିକିବା ପଞ୍ଚାୟତ ରେ ଗତ ୪ତାରିଖରେ ଏକ ଏ.ଏନ.ଏମ କୋଠା ଓଡିଶା ସରକାର ଙ୍କ ପଞ୍ଚାୟତି ରାଜ, ଗ୍ରାମୀଣ ବିକାଶ ଏବଂ ଓଡିଶାର ପାନୀୟ ଜଳ ମନ୍ତ୍ରୀ ଶ୍ରୀଯୁକ୍ତ ମାନ୍ୟବର ରବିନାରାୟଣ ନାଏକଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଭିଡ଼ କରିବାକୁ ଟିକିବା ଅଞ୍ଚଳ ଏବଂ ଆଖ ପାଖର ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଜନସାଧାରଣଙ୍କୁ ଡକାଯାଇଥିଲା। ଖୁବ ଧୁମ ଧାମ ରେ ଆୟୋଜନ ମଧ୍ୟ କରାଯାଇଥିଲା। ଏପରିକି ଜନସାଧାରଣ ଙ୍କୁ ଆମିଷ ଖାଇବାକୁ ଦେବୁ କୁହାଗଲା ହେଲେ ଦେଲେ ଭାତ ତରକାରୀ। ଯାହା ଫଳରେ ଜନସାଧାରଣ ଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଭାତ ଶେଷରେ ଡ୍ରେନରେ ଫିଙ୍ଗିଦେଲେ। ଏପରିକି ଟିକିବା ଅଞ୍ଚଳରେ ଥିବା ଅଞ୍ଚଳ ବାସି ଏହାକୁ ନିନ୍ଦା ମଧ୍ୟ କରୁଛନ୍ତି। ଅନ୍ୟ ପଟେ ଉଚ୍ଚ ପଦାଧିକାରୀ ମାନେ ଆମିଷ ଭୋଜନ କରିଥିବା ନେଇ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଏବେ ଅଞ୍ଚଳରେ ଅସନ୍ତୋଷ ର ବାତାବରଣ ରେ ଚର୍ଚ୍ଚା ହେଉଛି ଯେ ଲୋକଙ୍କୁ ଆମିଷ ଦେବେ କହି ଡାକିଲେ ଏବଂ ନିଜେ ଲୁଚି ଆମିଷ ଖାଇଲେ। ବର୍ତମାନ ରାଜ୍ୟରେ ଅନେକ ଜନସାଧାରଣ ଭୋକରେ ରାତି କାଟୁଥିବା ବେଳେ ଏଭଳି ବଳକା ଭାତକୁ ଡ୍ରେନରେ ଫିଙ୍ଗିବା ନିହାତି ନିନ୍ଦନୀୟ। ଏଣୁକରି ଯେଉଁ ମାନେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ନିହାତି ଭାବେ ଏଥିପ୍ରତି ସଚେତନ ହେବା ଦରକାର ବୋଲି ସଚେତନ ନାଗରିକ ମହଲ ରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ