ଲୋକଙ୍କୁ ମିଳୁନି ଚିକିତ୍ସା: ଲାଭଖୋର ଔଷଧ ଦୋକାନୀ ସାଜିଛନ୍ତି ଚିକିତ୍ସକ, ହଡବଡ ହୋଇ ଲୋକେ କିଣୁଛନ୍ତି ଔଷଧ
ସୋରଡା, (ରଜନୀ ମହାପାତ୍ର): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢିଲାଣି କରୋନା ସଂକ୍ରମଣ। ସାରା ଓଡିଶାରେ ବର୍ତମାନ କରୋନାର ସ୍ଥିତି ଏହି ଜିଲ୍ଲାରେ ସର୍ବାଧିକ ରହିଛି। ସମସ୍ତ ପ୍ରକାର ପ୍ରଚେଷ୍ଟା ପରେ ମଧ୍ୟ କମିବାର ନା ଧରୁନି କରୋନା। ଜିଲ୍ଲାର ସୋରଡାରେ ଏନଏସି ଓ ବ୍ଲକରେ ମଧ୍ୟ ଏହି ସଂକ୍ରମଣ ବଢିବାରେ ଲାଗିଛି। ସବୁଠାରୁ ଏବେ ଚିନ୍ତାର ବିଷୟ ହେଲା ସୋରଡାରେ ଲୋକଙ୍କୁ ଚିକିତ୍ସା ପାଇଁ ବର୍ତମାନ କିଛି ସୁବିଧା ନାହି। ସଂକ୍ରମଣଙ୍କୁ ରୋକିବା ପାଇଁ ପ୍ରଶାସନ ସବୁ ଘରୋଇ ନର୍ସିଙ୍ଗହୋମକୁ ବନ୍ଦ ରଖିଛି। ସୋରଡା ଓ ଏହାର ଆଖପାଖ ଅଧିକ ଲୋକେ ସୋରଡାର କିଛି ନର୍ସିଙ୍ଗହୋମରେ ଅଧିକ ଭରସା କରନ୍ତି। ଏହି ନର୍ସିଙ୍ଗହୋମରେ କିଛି ବାହାର ଡାକ୍ତର ଆସି ରୋଗୀଙ୍କ ଚିକିତ୍ସା କରିଥାନ୍ତି। କିନ୍ତୁ ସୋରଡାରେ ଡାକ୍ତର ସନ୍ତୋଷ ପଣ୍ଡା ଏଠାକାର ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେବା ପରେ ଏଠାକାର ପରିସ୍ଥିତି ଭିନ୍ନ ରହିଛି। ଶତାଧିକ ରୋଗୀ ଏଠାରେ ଭିଡ ଜମାନ୍ତି। କିନ୍ତୁ ଏବେ ଏହା ମଧ୍ୟ ଜରୁରୀକାଳିନ ସେବା ପାଇଁ ରହିଛି। ଫଳରେ ସୋରଡାରେ ଲୋକଙ୍କୁ ଚିକିତ୍ସା କରିବା ପାଇଁ ଆଉ ସୁବିଧା ନାହି। ବର୍ତମାନ ଗ୍ରୀଷ୍ମ ଋତୁ ଯାଇ ବର୍ଷା ଋତୁ ଆରମ୍ଭ ହେଲାଣି। ମୌସୁମୀ ମଧ୍ୟ ପହଞ୍ଚିଲାଣି। ପାଣିପାଗ ରେ ପରିବର୍ତନ ହେଉଛି। ଏମିତିରେ ଜର ଥଣ୍ଡା ଟିକେ ହେବା ସ୍ଵାଭାବିକ କଥା। କିନ୍ତୁ ଏହି ଟିକେ ଥଣ୍ଡା ଜର ମଧ୍ୟରେ କରୋନା ଯେ ଲୁଚି ରହିଥିବ ଏଥିରେ ସନ୍ଦେହ ନାହି। ଦିନକୁ ଦିନ ବର୍ତମାନ କରୋନାକୁ ନେଇ ଲୋକ ଅଧିକ ପରିମାଣରେ ହଡବଡେଇ ଗଲେଣି। ଥରକୁ ଥର ଲକ ଡାଉନ ଆଉ ଶଟ ଡାଉନ। ଜର ଥଣ୍ଡା ହେଲେ ଯେ କରୋନା ହୁଏ ଏହି ମାନସିକତା ଲୋକଙ୍କ ମଧ୍ୟରେ ଘର କରିଦେଲାଣି। ଏବେ ଜେଣ ତେଣ ପ୍ରକାରେ ଥଣ୍ଡା ଜ୍ଵର ନ ହେବା ପାଇଁ ସମସ୍ତେ ଲାଗିପଡିଛନ୍ତି। ସୋରଡାରେ ସବୁ ନର୍ସିଙ୍ଗହୋମ ଓ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ହେବା ଯୋଗୁଁ ଲୋକଙ୍କ ସାହା ଭରସା ଏବେ ଏହି ଔଷଧ ଦୋକାନୀ ମାନେ। ସହରରେ ଥିବା କିଛି ଔଷଧ ଦୋକାନୀ ମଧ୍ୟ ଅଧିକ ଲାଭ ଆଶାରେ ଲୋକ ଙ୍କୁ ଥଣ୍ଡା କାସ ଜ୍ଵରର ଔଷଧ ଦେଉଛନ୍ତି। ଲୋକେ ମଧ୍ୟ ପାଣିପାଗ ପରିବର୍ତନରେ ଜର ଥଣ୍ଡା ଜ୍ୱର ହେଉଛି ବୋଲି ମନ କୁ ଜେଭଳି ଔଷଧ ଆସିଲା କିଣୁଛନ୍ତି ଓ ଆଣ୍ବିବାୟୋଟିକ ନେଉଛନ୍ତି। ଜ୍ଵର ନ ହେବା ପାଇଁ ଔଷଧ କିଣିବା ସହ ଅଧିକ ଶରୀରକୁ ଗରମ ରଖିବାକୁ ଚେଷ୍ଟା କରୁଛନ୍ତି। ଦୈନଦିନ ଖିଆପିଆରେ ତାଳମେଳ ନ ରହିବା ସହ ଶରୀର କୁ ଗରମ ରଖିବା ପ୍ରଚେଷ୍ଟାରେ ତରଳ ଝାଡାର ଶିକାର ହେଉଛନ୍ତି । ଏବେ ସବୁ ଔଷଧ ଦୋକାନରେ ଲମ୍ବା ଧାଡି ଦେଖିବାକୁ ମିଳୁଛି। ସୋରଡା ରେ ପ୍ରଥମେ ଜଣେ ପୁରୁଣା ଔଷଧ ବ୍ୟବସାୟୀ ଏହି ପରି ସଂକ୍ରମଣର ଶିକାର ହେଇଥିଲେ ଏବେ ପୁଣିଥରେ ଆଉ ଜଣେ ଔଷଧ ବ୍ୟବସାୟୀ ଏଥିରେ ସାମିଲ ହେଇଛନ୍ତି। ସୋରଡା ରେ ଅନେକ ଔଷଧ ଦୋକାନ ର ଲାଇସେନ୍ସ ଜଣଙ୍କ ଏବଂ ବେପାର ଆଉଜଣେ କରୁଛନ୍ତି। ଅଧିକ ରୁ ଅଧିକ ଏତେ ପରିମାଣ ରେ ବି ଶିକ୍ଷିତ ନାହାନ୍ତି ଯେ ସେମାନେ ଔଷଧ ଦେଇପାରିବେ। ଅଧିକ ଲାଭ ଆସାରେ ଏମାନେ ଲୋକ ଙ୍କ ଚିକିତ୍ସା କରିବାରେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହି। କେବଳ ତହସିଲଦାର ଓ ପୋଲିସ ଗାଡି ଦେଖିଲେ ସଙ୍ଗେ ସଙ୍ଗେ ମାସ୍କ ପିନ୍ଧି ଦିଅନ୍ତି ଗାଡି ପଳେଇଲେ ପୁଣି ଜେସା କୁ ତେସା। ସାଧାରଣ ଜନତା ମଧ୍ୟ ଏହା କୁ ଗୁରୁତର ସହ ନେଉନାହାନ୍ତି। ଆଖପାଖ ଗ୍ରାମବାସୀ ମାନେ ମଧ୍ୟ ଔଷଧ ଦୋକାନୀ ଙ୍କ ପରାମର୍ଶ ରେ ଔଷଧ ନେଉଛନ୍ତି ଯାହା ଅତ୍ୟଧିକ କ୍ଷତିକାରକ। ଲାଭ ଆସା ରେ ଏମାନେ ଲୋକ ଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ରଖୁନାହାନ୍ତି। ଖାତା ରେ ନାମ ଲେଖିଲେ ଲୋକେ ଔଷଧ ବେପାର କ୍ଷତି ହେବା ଆଶାରେ ଏମାନେ ମଧ୍ୟ ବେଧଡକ ବେପାର କରୁଛନ୍ତି। ଦୈନନ୍ଦିନ ଜୀବନ ରେ ଲୋକେ ଔଷଧ ଉପରେ ନିର୍ଭର କରିଥିବା ବେଳେ ଏବେ ଯଦି ଏହି ଔଷଧ ଦୋକାନୀ ଯଦି ସଂକ୍ରମିତ ହେବେ ତେବେ ସମାଜ ରକ୍ଷା କରିବା କଷ୍ଟ । କିଛି ବଡ ବଡ ଔଷଧ ବ୍ୟବସାୟୀ ଏଥିପ୍ରତି ପ୍ରଯତ୍ନଶୀଳ ଥିବା ବେଳେ କ୍ଷୁଦ୍ର ବ୍ୟବସାୟୀ ମାନେ ଅଧିକ ସଚେତନ ହେଇପାରୁନାହାନ୍ତି। ତେଣୁ ପ୍ରଶାସନ ଏଠି ପ୍ରତି ଦ୍ରୁଷ୍ଟି ଦେଇ ଲାଇସେନ୍ସ ହୋଲ୍ଡର ଙ୍କୁ ଦୋକାନ ରେ ବସାଇବାକୁ ଅନୁମତି ଦେଇ ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରି ରଖିଲେ ସଂକ୍ରମଣ ହେଇଥିବା ବ୍ୟକ୍ତି ଙ୍କୁ ସହଜ ରେ ଚିହ୍ନି ହେବ। ଡ୍ରଗଇନ୍ସପେକ୍ଟର ଏଠି ପ୍ରତି ଧ୍ୟାନ ଦେଇ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି। ବର୍ତମାନ ସୋରଡା ରେ ଯେଉଁଭଳି ଭାବେ ସଂକ୍ରମଣ ବାଢୁଛି ସେଥିପ୍ରତି ଲୋକ ବ୍ୟସ୍ତ ନ ହେବ ସହ ଧାର୍ଯ୍ୟ ର ସହ ପରିସ୍ଥିତି ର ମୁକାବିଲା କରିବା ଏବଂ ଅତ୍ୟଧିକ ମାନସିକ ଚପଗ୍ରସ୍ତ ହେବା ର ଆବଶ୍ୟକତା ନାହି ବୋଲି ପ୍ରଶାସନ ତରଫରୁ ସଚେତନ କରାଯାଉଛି ଏବଂ ଖାସ କରି ମାସ୍କ ପିନ୍ଧିବା ଏବଂ ଭୟ ରେ ଏଣୁତେଣୁ ଔଷଧ ଖାଇବା ଓ କିଣିବା ରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି।