ଲୋକଙ୍କୁ ସଚେତନତା କଲେ ଜିଲ୍ଲାପାଳ
ଛତ୍ରପୁର, (ଦେବଦତ୍ତ ମହାରଣା) :କରୋନାର ତୃତୀହ ଲହରକୁ ଦୃଷ୍ଟିରେ ରଖି ଗତକାଲି ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାସ ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା କରିଥିବା ବେଳେ ମୋ ସ୍ୱାସ୍ଥ୍ୟ ମୋ ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ । କରୋନାରୁ କିପରି ଦୂରେଇ ରହିବା ସେଥି ନିମନ୍ତେ ବିଭିନ୍ନ ବର୍ଗର ଲୋକମାନଙ୍କୁ ସଚେତନତା କରାଯିବ । ଏଥି ସକାଶେ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ମହିଳା ମାନଙ୍କୁ ଅଧିକରୁ ଅଧିକ ସାମିଲ୍ କରାଯାଇ ଏହି କାର୍ଯ୍ୟରେ ଗୁରୁ ଦାୟିୁତ୍ୱ ନିର୍ବାହ କରିବା ପାଇଁ ଜିଲ୍ଲାପାଳ କହିଥିଲେ । ଏସଏମଏସ ଉପରେ ସମସ୍ତେ ଗୁରୁତ୍ୱ ଦେବା ନିମନ୍ତେ ମଧ୍ୟ ଜିଲ୍ଲାପାଳ କହିଥିଲେ । ଏହି ପରିପ୍ରେକ୍ଷୀରେ ବୁଧବାର ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଏନଏସି ପକ୍ଷରୁ ଲୋକମାନେ କିପରି କରୋନା ଦାଉରୁ ରକ୍ଷା ପାଇପାରିବେ ସେଥି ନିମନ୍ତେ ଏକ କୋଭିଡ୍ ସଚେତନତା ରାଲି ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଇଥିଲା । ଖୋଦ୍ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ସଚେତନତା ରାଲିରେ ସାମିଲ ହୋଇ ସହରର ବିଭିନ୍ନ ଲୋକଙ୍କୁ କୋଭିଡ୍ ଦାଉରୁ କିପରି ରକ୍ଷା ପାଇପାରିବେ ସେଥି ନିମନ୍ତେ ସଚେତନତା କରାଇବା ସହ ଦୋକାନୀ ମାନେ ଦୋକାନ ସମ୍ମୁଖରେ କୋଭିଡ ଟିକା ପ୍ରମାଣ ପତ୍ର ଲଗାଇବା ଉପରେ କହିଥିଲେ । ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ଠାରୁ ଏହି ରାଲି ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲା । ଏହି ସଚେତନତା ରାଲିକୁ ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଉଦଘାଟନ କରିଥିଲେ । ଏହି ଅବସରରେ ମାସ୍କ ପିନ୍ଧିନଥିବା ଲୋକଙ୍କୁ ମିଶନ ଶକ୍ତି ମା ମାନଙ୍କ ହାତ ତିଆରି ମାସ୍କ ବଣ୍ଟନ କରାଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦଙ୍କ ସମେତ ବହୁ ଏସଏଚଜି ଓ ମିଶନ ଶକ୍ତିର ମହିଳା ଏବଂ ଛତ୍ରପୁର ଏନଏସି କର୍ମଚାରୀ ମାନେ ସାମିଲ ଥିଲେ ।


