ଲୋକଙ୍କ ପାଇଁ ନବୀକରଣ କଲେ ପୂର୍ବ ସରକାର, ହେଲେ ଲୋକଙ୍କ କାମରେ ଆସୁନି
କଟକ, (ଯୁଗାବ୍ଦ ନ୍ୟୁଜ):ଲୋକଙ୍କ ଉଦ୍ଦେଶ୍ୟରେ ନବୀକରଣ କଲେ ପୂର୍ବ ସରକାର । ହେଲେ ଲୋକଙ୍କ କାମରେ ଆସୁନି ପ୍ରକଳ୍ପ । ପ୍ରଶାସନକ ଓ ସରକାରଙ୍କ ଅବହେଳାରୁ ବନ୍ଦ ପଡ଼ିଛି । ସିଡିଏ ଦ୍ଵାରା ପରିଚାଳିତ ଦୁଇଟି ମେଗା ପ୍ରକଳ୍ପକୁ ନେଇ ତେଜୁଛି ଜନ ଅସନ୍ତୋଷ । ନେତାଜୀ ଜନ୍ମସ୍ଥାନକୁ ଲାଗୁ ହୋଇଥିବା ବାଖ୍ୟାନ କେନ୍ଦ୍ର ଉଦଘାଟନ ପରେ ମଧ୍ୟ ବନ୍ଦ ପଡ଼ିଛି । ରାଜନୈତିକ ଉଦ୍ଦେଶ୍ଯ ରଖି ଅଧାପନ୍ତରୀଆ ଅବସ୍ଥାରେ କେନ୍ଦ୍ରମନ୍ତ୍ରୀ ଏହାକୁ ଉଦଘାଟନ କରିଦେଲେ । ସେହିପରି ୨୦୨୩ ନଭେମ୍ବରରୁ ନବୀକରଣ ପାଇଁ ବନ୍ଦ ରହିଛି ସିଡିଏ ସେକ୍ଟର ୧୩ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ । ପ୍ରତିଦିନ ଏଠାକୁ ହଜାର ହଜାର ପର୍ଯ୍ଯଟକ ଆସୁଥିବାବେଳେ ପ୍ରକଳ୍ପ ବନ୍ଦ ଯୋଗୁଁ ନିରାଶ ଫେରୁଛନ୍ତି । ତୁରନ୍ତ ଏହି ଦୁଇଟି କେନ୍ଦ୍ର ଖୋଲିବା ସହ ନିୟମ ଆବଶ୍ଯକ କର୍ମଚାରୀ ନିଯୁକ୍ତି ପାଇଁ ଦାବି କରିଛି କଂଗ୍ରେସ। ପୂର୍ବ ସରକାରଙ୍କ ସମୟରେ ଏହାର ନବୀକରଣ ପାଇଁ ଯୋଗାଇ ଦିଆଯାଇଥିଲା ଅର୍ଥ । ଓଡ଼ିଆ ବଜାର ପୁରୁଣା ଜେଲ ନିକଟରେ ବାଖ୍ୟାନ କେନ୍ଦ୍ର ୨୨ କୋଟି ବ୍ୟୟ ଅଟକଳ ଓ ୨୪ କୋଟି ଅଟକଳରେ ବିଜୁ ପଟ୍ଟନାୟକ ପାର୍କ ନବୀକରଣ ପାଇଁ କେନ୍ଦ୍ରୀୟ ଅନୁମତି ପ୍ରାପ୍ତ ଏଜେନ୍ସି NPCCକୁ ଦାୟିତ୍ୱ ଦିଆଯାଇଥିଲା । ତେବେ ଏଜେନ୍ସି ଏକାଧିକ ସବ ଏଜେନ୍ସି କୁ ଲଗାଇ ଏହି ପ୍ରୋଜେକ୍ଟ କରୁଛି । ଦୁଇଟି ପ୍ରକଳ୍ପର କାମ ଏକପ୍ରକାର ଶେଷ ହୋଇଛି । ତେଣୁ ଅନୁଧ୍ଯାନ ପରେ ଚଳିତମାସ ଶେଷ ସୁଦ୍ଧା ଏହା ଖୋଲାଯିବ ବୋଲି କହିଛନ୍ତି ସିଡିଏ ଅପାଧ୍ଯକ୍ଷ ।