ଲୋକଙ୍କ ମନମୋହିଛି ମହାତ୍ମା ଗାନ୍ଧିଜୀଙ୍କ ଜୀବନ ଆଦର୍ଶ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକଟୁ ପୌର ପରିଷର ଦ୍ବାରା ପାଳନ ହେଉଥିବା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମିନି ଷ୍ଟାଡିୟମ୍ ଠାରେ ଓରମାସ ଦ୍ବାରା ମିଶନ ଶକ୍ତି ମହିଳା ମାନକ ହସ୍ତ୍ ନିର୍ମିତ ମେଳା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ଗାନ୍ଧିଜୀଙ୍କ ଜୀବନ ଆଦର୍ଶ ସଂପର୍କିତ ବିରଳ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ହିଞ୍ଜିଳିକାଟୁ ମିନି ଖେଳ ପଡିଆ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀ ମେଳା ଓ ଫଟୋ ଉଦଘାଟନ ହୋଇଥିଲା । ସମ୍ମାନିତ ଅନ୍ୟ ଅତିଥି ମାନକ ଭିତରେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ, ସହର ଯୋଜନା ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର, ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦେଶକ ସଚ୍ଚିଦାନନ୍ଦ ନାୟକ, ଗାନ୍ଧିଜୀଙ୍କ ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରଦର୍ଶିତ ବିରଳ ଫଟୋ ଦେଖି ଉଚ୍ଚ ପ୍ରଶଂସିତ କରିଥିଲେ । ଆଜିକା ଦିନରେ ନୂତନ ପିଢ଼ି ଓ ଲୋକଙ୍କ ଉଦ୍ଧିଷ୍ଟ ଏହି ଫଟୋ ଚିତ୍ର ଦେଖି ମାହାତ୍ମ୍ୟ ଗାନ୍ଧିଜୀଙ୍କ ଜୀବନୀ ଓ ଆଦର୍ଶ ସଂପର୍କରେ ଜ୍ଞାନ ପାଇବେ। ସାଧାରଣ ଅର୍ଥରେ ଗାନ୍ଧିଜୀ ଜଣେ ଦାର୍ଶନିକ କିମ୍ବା ଜଣେ ବିଦ୍ଵାନ ଚିନ୍ତକ ବ୍ୟକ୍ତି ଥିଲେ। ସେ ଅଧ୍ୟୟନ କକ୍ଷରେ ଏକାକୀ ବସି ନିଜ ଅଧ୍ୟାୟ ସାଧନ ବଳରେ ସେ ମାନବ ଜନ୍ମର ମୁଲ୍ୟବୋଧକୁ ବୁଝି ପାରିଥିଲେ। ଦୈନନ୍ଦିନ ଜୀବନର ସିଦ୍ଧହସ୍ତ୍ ଜଣେ ବ୍ୟକ୍ତିତ୍ୱ ଥିଲେ ଏବଂ ସେ ଜୀବନ ଦର୍ଶନ ମୂଲ୍ୟବୋଧକୁ ଜୟ କରିପାରିଥିଲେ । ଜଣେ କର୍ମଯୋଗୀ ବ୍ୟକ୍ତି ଭାବେ ସଦାସର୍ବଦା ମାନବ ସେବାରେ ସେ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ମୂଳ ଲକ୍ଷ୍ୟ ଥିଲା – ମାନବ ସେବା ହିଁ ଇଶ୍ଵରଙ୍କ ସେବା। ଯାହା ତାଙ୍କ ଗରିବରୁ ଅତି ଗରିବ ଲୋକଙ୍କ ସେବା କର୍ମରୁ ପ୍ରକାଶ ହୁଏ। ଦେଶ ସ୍ଵାଧୀନତା ପାଇଁ ଗୋଟିଏ ଅସ୍ତ୍ର ଧରିଥିଲେ, ତାହାଥିଲା ଅହିଂସା ନୀତି। ଏହି ଅହିଂସା ମାର୍ଗ ଭାରର ଭଳି ଭୂଖଣ୍ଡକୁ ସ୍ଵାଧୀନତା ଆଣିଦେଇ ଥିଲା। ହିଞ୍ଜିଳିକାଟୁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁଙ୍କ ପରିଚାଳନା ଦ୍ଵାରା ଅନୁଷ୍ଟିତ ଏହି ଗାନ୍ଧିଜୀଙ୍କ ଫଟୋଚିତ୍ର ପ୍ରଦର୍ଶନୀ ଟିକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଆୟୋଜନ କରିଥିଲେ । ଗାନ୍ଧିଜୀଙ୍କ ବହୁମୂଲ୍ୟ ଫଟୋ ଚିତ୍ର ଦେଖିବାକୁ ପ୍ରବଳ ଭିଡ଼ ହେଉଛି। ଏହା ଚଳିତ ମାସ ୨ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ