ଲୋକଙ୍କ ସମସ୍ୟା ଓ ଅଞ୍ଚଳର ଉନ୍ନତି ମୂଳ ଲକ୍ଷ୍ୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଲୋକ ସେବା,ସମସ୍ୟା ଓ ଅଞ୍ଚଳର ଉନ୍ନତି ସମସ୍ତଙ୍କ ମୂଳ ଲକ୍ଷ ହେଉ,ବୋଲି ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଗୋଷାଣି ବ୍ଲକ ବୈଠକରେ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମ କର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି । ଗଜପତି ଜିଲ୍ଲା ଗୋଷାଣି ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ବ୍ଲକସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସି.ଏଚ୍.ତାରକେଶ୍ୱରୀଙ୍କ ଅଧ୍ୟକ୍ଷକତାରେ ଅନୁଷ୍ଠିତ ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସମିତି ବୈଠକରେ ପଞ୍ଚାୟତ ପ୍ରତିନିଧିମାନେ ମୁଖ୍ୟତଃ ଛତୁଆ ଉତ୍ପାଦନକୁ ନେଇ ସିଡିପିଓ ଗୌରୀ ନାୟକଙ୍କୁ ପ୍ରଶ୍ନ କରିଥିଲେ । ସମିତି ଅଧ୍ୟକ୍ଷା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏକତରଫା ଭାବେ କରୁଛନ୍ତି ବୋଲି ବହୁ ପ୍ରତିନିଧି ଅଭିଯୋଗ କରିଥିଲେ । ବଡକଞ୍ଚୁରୁ ଠାରେ ଏକ ଏଣ୍ଡାମେଣ୍ଟ ଯାଗା ଉପରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା କିପରି ସରକାରୀ ଅନୁଦାନ ଖର୍ଚ୍ଚ ହୋଇଛି ବୋଲି କତଲକଇଠାର ସମିତିସଭ୍ୟ ଭାସ୍କର ବିଶ୍ୱାଳ ପ୍ରଶ୍ନ କରିଥିଲେ । ସେହିପରି ତିତିଲି ବାତ୍ୟା ସମୟରେ ପଞ୍ଚାୟତ ସ୍ତରରେ ଯୋଗ୍ୟ ହିତାଧିକାରୀ ଚୟନ କରା ନ ଯାଇ ସରକାରୀ ସହାୟତା ମନଇଛା ପ୍ରଦାନ କରାଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବଧାୟକ କେ.ନାରାୟଣ ରାଓ, ବିଡିଓ ସଂଗ୍ରାମ କେଶରୀ ପଣ୍ଡା,ଗୋଷାଣି ବ୍ଲକ ଉପାଧ୍ୟକ୍ଷ ଦିଲ୍ଲେଶ୍ୱର ରାଓ,ଜିଲ୍ଲାପରିଷଦ ସଭ୍ୟ ଜି.ଶ୍ରୀଧର,ସଭ୍ୟା ବିମଳା ସାମଲ ସମେତ ବିଭିନ୍ନ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ