ଲୋକଙ୍କ ସେବାରେ କନ୍ଧମାଳର ଟିମ ହ୍ୟୁମାନିଟି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବର୍ତ୍ତମାନ କିଛି ଦିନ ଧରି କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାରେ ସମଗ୍ର ଜିଲ୍ଲାବାସୀ ହଇରାଣ ହରକତ ହୋଇଛନ୍ତି। ଗୋଟିଏ ପଟରେ ପ୍ରବଳ ବର୍ଷା ସାଙ୍ଗକୁ ଅନ୍ୟ ପଟରେ କରୋନାର ବିପଦ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ରହିଥିଲେ ମଧ୍ୟ ବର୍ଷା ଯୋଗୁଁ ଲୋକେ ସକାଳୁ ସେମାନଙ୍କର ଜରୁରୀ କାର୍ଯ୍ୟରେ ମଧ୍ୟ ଘରୁ ବାହାରିବାକୁ ଭୟଭୀତ ହୋଇଛନ୍ତି। ଏଣେ ଜିଲ୍ଲାର ବିଭିନ୍ନ ବ୍ଳକରେ ମାତ୍ରାଧିକ ବର୍ଷା ଯୋଗୁଁ ଜିଲ୍ଲରେ ବିଭିନ୍ନ ନଦୀର ଜଳସ୍ତର ଉପରକୁ ଉଠିବା ସହିତ ଫୁଲବାଣୀରେ ଥିବା ସାଲୁଙ୍କୀ ନଦୀର ପାଣିରେ ପ୍ରବଳ ପାଣି ଯୋଗୁଁ ନଦୀର ଉଭୟ କୁଳରେ ଥିବା ଜନବସତିରେ ପାଣି ପଶିବାର ଭୟ ଥିଲା। ଅନ୍ୟ ପକ୍ଷରେ ବର୍ଷା ପାଣି ଫୁଲବାଣୀର ନଦୀ ଖଣ୍ଡି ସାହିରେ ଥିବା କିଛି ସରକାରୀ କ୍ୱାଟରରେ ପାଣି ପଶିବାରୁ ଲୋକେ ଅଗ୍ନିଶମ ବିଭାଗର ସହାୟତା ମଧ୍ୟ ନେଇଥିଲେ।ଜିଲ୍ଲାରେ କାର୍ଯ୍ୟ କରୁଥିବା ଟିମ ହ୍ୟୁମାନିଟିର ସଦସ୍ୟମାନେ ମଧ୍ୟ ଲୋକଙ୍କର ସହାୟତା ପାଇଁ କରୋନା ସଂକ୍ରମଣର ବିପଦକୁ ଖାତିର ନକରି ବାହାରିଥିଲେ ଲୋକଙ୍କର ସହାୟତା ପାଇଁ ଟିମର ଆବାହକ ଭି. ଲୋକନାଥ ରାଜୁଙ୍କ ନେତୃତ୍ୱରେ ସ୍ଥାନୀୟ ନଦିଖଣ୍ଡି ସାହି ଏବଂ ଅରବିନ୍ଦ ନଗରରେ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କର ସହିତ କାନ୍ଧରେ କାନ୍ଧ ମିଳାଇ ସେମାନଙ୍କ ସହାୟତା କରିଛନ୍ତି। ଲୋକଙ୍କ ଘରେ ପଶିଥିବା ବର୍ଷା ପାଣିକୁ ପମ୍ପ ଯୋଗେ ବାହାର କରିଥିଲେ। ସେଥିପାଇଁ ଟିମର ସଦସ୍ୟମାନଙ୍କୁ ଲୋକେ ସାଧୁବାଦ ପ୍ରଦାନ କରିଛନ୍ତି। ସୁଚନା ଯୋଗ୍ୟ ଟିମ ହ୍ୟୁମାନିଟି ଫୁଲବାଣୀ ସମେତ ଜିଲ୍ଲାର ଟିକାବାଲି, ଫିରିଙ୍ଗିଆ ଏବଂ ଜିଲ୍ଲାର ଅନ୍ୟାନ୍ୟ ଅଂଚଳରେ ସଂଗଠିତ ହୋଇ ବିଭିନ୍ନ ସଡକ ଦୁର୍ଘଟଣାବେଳେ ଲୋକଙ୍କୁ ଉଦ୍ଧାର କରିବା ସହିତ ରକ୍ତଦାନ କ୍ଷେତ୍ରରେ ଏବଂ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ମଧ୍ୟ ଲୋକଙ୍କ ଘରେ ପଶିଥିବା ସାପଗୁଡିକୁ ଧରି ଜଙ୍ଗଲରେ ଛାଡିବା ସହିତ ଲୋକଙ୍କୁ ବିଷଧର ସାପ ଭୟରୁ ମୁକ୍ତ କରିବା ସହ ସାପମାନଙ୍କୁ ଜଙ୍ଗଲରେ ଛାଡି ପରିବେଶର ମଧ୍ୟ ସୁରକ୍ଷା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ