ଲୋକପାଳ କମିଟି ସଦସ୍ୟଙ୍କୁ ଶପଥ ପାଠ କରାଇଲେ ଜଷ୍ଟିସ ପିସି ଘୋଷ

ଆଜି ଲୋକପାଳ କମିଟିର ସଦସ୍ୟଙ୍କୁ ଶପଥ ପାଠ କରାଇଛନ୍ତି ଲୋକପାଳ ଶ୍ରୀ ଜଷ୍ଟିସ ପିସି ଘୋଷ । କମିଟିର ସଦସ୍ୟମାନଙ୍କ ମଧ୍ୟରେ ଅଛନ୍ତି – ଜଷ୍ଟିସ ଦିଲ୍ଲୀପ ବାବାସାହେବ ଭୋଷଲେ, ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି, ଜଷ୍ଟିସ ଅଭିଳାଷା କୁମାରୀ, ଜଷ୍ଟିସ ଅଜୟ କୁମାର ତ୍ରିପାଠୀ, ଶ୍ରୀ ଦିନେଶ କୁମାର ଜୈନ, ଶ୍ରୀମତୀ ଅର୍ଚ୍ଚନା ରମାସୁନ୍ଦରମ, ଶ୍ରୀ ମହେନ୍ଦର ସିଂହ ଓ ଡ. ଇନ୍ଦ୍ରଜିତ ପ୍ରସାଦ ଗୌତମ ।
ଏହି ଶପଥ ପାଠ ସମାରୋହରେ ଡିଓପିଟି ସଚିବ ଡ. ସି ଚନ୍ଦ୍ରମଉଳି, ସେଂଟ୍ରାଲ ଭିଜିଲାନ୍ସ କମିଶସନର ଶ୍ରୀ କେଭି ଚୌଧୁରୀ, ଆଇବି ନିର୍ଦ୍ଦେଶକ ଶ୍ରୀ ରାଜୀବ ଜୈନ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ