ଲୋକପ୍ରିୟତା ଓ କ୍ରୀଡ଼ାବିତ୍ ବୃଦ୍ଧି କର୍ମଶାଳା

ବ୍ୟାଟମିଂଟନ ପାଇଁ ଗ୍ରାମାଂଚଳର ନୂତନ ପ୍ରତିଭା ଅନ୍ୱେଷଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ୧୦କୋଟି ୯୮ଲକ୍ଷ ୭୫ହଜାର ୨୨୭ ଟଙ୍କା ବ୍ୟୟରେ ହିଞ୍ଜିଳିକାଟୁ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମ ପରିସରରେ ଜାତୀୟ ସ୍ତରୀୟ ଅତ୍ୟାଧୁନିକ ଇନଡ଼ୋର ଷ୍ଟାଡ଼ିୟମ ଗତ ୨୦୨୦ ନଭେମ୍ବର ୨ ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଲୋକର୍ପିତ କରିଥିଲେ । ସ୍ଥାନୀୟ ଅଂଚଳର ଲକ୍କାୟିତ କ୍ରୀଡ଼ାବିତ୍ ମାନଙ୍କୁ ଅନ୍ୱେଷଣ ସହ ଜାତୀୟ ସ୍ତରରେ ଉତ୍ସାହିତ କରିବା ସକାଶେ ଏହାର ମୁଖ୍ୟ ଲକ୍ଷ୍ୟ ରହିଛି । ଏହି ପରିପ୍ରେକ୍ଷୀରେ ସହର ତଥା ଗ୍ରାମାଂଚଳର ନୂତନ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ସକାଶେ ରାଜ୍ୟ ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ସକାଶେ ଜିଲ୍ଲା ଓ ବ୍ଳକ ସ୍ତରରେ ନୂତନ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ ଓ ସୁଯୋଗ ପ୍ରଦାନ ଲକ୍ଷ୍ୟରେ କ୍ରୀଡ଼ା ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପ୍ରୟାସ ଆରମ୍ଭ ହୋଇଯାଇଛି । ଅର୍ନ୍ତଜାତୀୟ କ୍ରୀଡ଼ା ସହ ସମତାଳ ଦେଇ ଜାତୀୟ ସ୍ତରରେ ନୂତନ କ୍ରୀଡ଼ାବିତ୍ ମାନଙ୍କୁ ପ୍ରଶିକ୍ଷଣ ଓ ଉତମ ପଦର୍ଶନ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅବସରରେ ଶୁକ୍ରବାର ଇନଡ଼ୋର ଷ୍ଟାଡ଼ିୟମ ପରିସରରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ବ୍ୟାଟମିଂଟନର ଲୋକପ୍ରିୟତା ଓ କ୍ରୀଡ଼ାବିତ୍‌ଙ୍କ ବୃଦ୍ଧି ସକାଶେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଆୟୋଜିତ କର୍ମଶାଳାରେ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର ଯୋଗ ଦେଇଥିଲେ । ମୁଖ୍ୟତଃ ଗ୍ରାମାଂଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀ ସୁବିଧା ସୁଯୋଗ ଅଭାବରୁ କ୍ରୀଡ଼ାର ବିକଶିତ ଅଭାବ ଦେଖାଇଥିବା ଜଣାପଡ଼ିଛି । ଏଣୁ କ୍ରୀଡ଼ାରେ ନିପୁଣତା ଥିବା ଲୂକ୍କାୟିତ କ୍ରୀଡ଼ା ପ୍ରତିଭାଙ୍କୁ ଅନ୍ୱେଷଣ କରି ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ସଫଳ କ୍ରୀଡ଼ାବିତ୍ ଭାବେ ଗଢି ତୋଳିବା ପାଇଁ ଆୟୋଜକ ମାନେ ମତବ୍ୟକ୍ତ କରିଥିଲେ । ଏଥି ସହ ଅର୍ନ୍ତଜାତୀୟ ସ୍ତରର କ୍ରୀଡ଼ା ନିୟାମ ଅନୁସାରେ ଶାରୀରିକ ଜ୍ଞାନ ସର୍ମ୍ପକରେ ସ୍ଥାନୀୟ ଇନଡ଼ୋର ଷ୍ଟାଡ଼ିୟମର ବ୍ୟାଟମିଂଟନ କୋଚ୍ ମନୋଜ ସାବତ ଗୁରୁତ୍ୱାରୋପ କରିଥିଲେ । ଏଣୁ ସ୍ଥାନୀୟ ଅଂଚଳର ବିଦ୍ୟାଳୟ ରେ ନିୟୋଜିତ ଥିବା ଶାରୀରିକ ପ୍ରଶିିକ୍ଷକ ମାନଙ୍କୁ ନୂତନ କ୍ରୀଡ଼ାବିତ୍ ଅନ୍ୱେଷଣ କରିିବା ପାଇଁ ସହଯୋଗ କରିବା ସକାଶେ ପରାମର୍ଶ ଦେଇଥିଲେ । ଆୟୋଜିତ କର୍ମଶାଳାରେ ସ୍ଥାନୀୟ ବ୍ଳକ ଓ ପୌରାଂଚଳର ବହୁ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପୌର କର୍ମଚାରୀ ବିବେକାନନ୍ଦ ମହାପାତ୍ର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ