ଲୋକପ୍ରିୟ ଏଲଆଇସି ଏଜେଣ୍ଟ ବାବୁଲା ପାଳଙ୍କ ବିୟୋଗରେ ପାରଳା ସହରରେ ଶୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଲୋକପ୍ରିୟ ଏଲଆଇସି ଏଜେଣ୍ଟ ତଥା ଗିପ୍ଟ ହାଉସର ମାଲିକ ସୁଶାନ୍ତ ପାଳଙ୍କ ବିୟୋଗରେ ପାରଳାଖେମୁଣ୍ଡି ସହରରେ ଗଭୀର ଶୋକ ପ୍ରକାଶ ପାଇଛି. ବାବୁଲା ପାଳ ନାମରେ ସର୍ବସାଧାରଣରେ ସେ ବେଶ ପରିଚିତ ଥିଲେ. ବିଗତ ବହୁ ବର୍ଷ ଧରି ଏଲଆଇସିର ଜଣେ ଏଜେଣ୍ଟ ଭାବେ କାର୍ଯ୍ୟ କରି ପାରଳା ସହରରେ ବେଶ ପରିଚିତ ଥିଲେ. ଏଲଆଇସି ଏଜେଣ୍ଟ ଭାବେ ସାଧାରଣଙ୍କୁ ସମସ୍ତ ସେବା ଯୋଗାଇ ଲୋକଙ୍କ ପ୍ରିୟ ପାତ୍ର ହୋଇପାରିଥିଲେ. ସେ ଅତ୍ୟନ୍ତ ମେଳାପି ମିଷ୍ଠଭାସୀ ଥିଲେ. ପାରଳାଖେମୁଣ୍ଡି ବାଳିକା ହାଇସ୍କୁଲର ସମ୍ମୁଖରେ ଗିଫ୍ଟ ହାଉସ ନାମରେ ଏକ ଦୋକାନ ତାଙ୍କର ରହିଥିଲା. ଏହି ଦୋକାନରେ ସେ ବିଭିନ୍ନ ଗିଫ୍ଟ ଜିନିଷ ବିକ୍ରି କରିବା ସହ ଏଲଆଇସି ସମ୍ବଦ୍ଧିୟ ସମସ୍ତ ସେବା ଗିଫ୍ଟ ହାଉସରେ ରହି ଲୋକଙ୍କୁ ଯୋଗାଉଥିଲେ. ପାରଳାଖେମୁଣ୍ଡି ବଡ଼ ବ୍ରାହ୍ମଣ ସାହି ନିବାସୀ ସୁଶାନ୍ତ ପାଳ ଗତ କିଛି ଦିନ ଧରି ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସତ ହେଉଥିଲେ. ଚିକିତ୍ସତ ଅବସ୍ଥାରେ ତାଙ୍କର ମୃତ୍ୟୁ ସେଠାରେ ଘଟିଥିଲା. ପରେ ତାଙ୍କର ମର ଶରୀରକୁ ପାରଳାଖେମୁଣ୍ଡି ସହରକୁ ଅଣାଯାଇ ମହେନ୍ଦ୍ର ତନୟା ସସ୍ମନ ସସ୍ମାନ ଘାଟରେ ସତ୍କାର କରାଯାଇଛି. ବାବୁଲା ପାଳଙ୍କ ଏହି ବିୟୋଗରେ ପାରଳାଖେମୁଣ୍ଡି ସହରରେ ଗଭୀର ଶୋକ ପ୍ରକାସ ପାଇଛି.