ଲୋକପ୍ରିୟ ବରିଷ୍ଠ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୟ ପଣ୍ଡାଙ୍କ ପରଲୋକ

କଟକ, (ଓ୍ବାଇଏନ୍ଏସ୍):କଟକ ସ୍ଥିତ ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରର ଲୋକପ୍ରିୟ ବରିଷ୍ଠ ଡାକ୍ତର ସଞ୍ଜୟ ପଣ୍ଡା ୪୯ ବର୍ଷ ବୟସରେ ଚେନ୍ନାଇର ରିଲା ହସ୍ପିଟାଲରେ ରୁଟିନ ଚେକ ଅପ୍ ପାଇଁ ଯାଇଥିବା ସମୟରେ ହୃଦଘାତରେ ପ୍ରାଣ ହରାଇଛନ୍ତି | ନିକଟରେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ମଧ୍ୟ ଅନ୍ୟ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ l ୧୯୯୫ ରେ ଏସ ସି ବି ମେଡିକାଲ କଲେଜରୁ ଏମବିବିଏସ ପାସ କରିବା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ପୋଷ୍ଟ ଗ୍ରାଜୁଏଟ କରିବା ପରେ ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରରେ ଯୋଗଦାନ କରିଥିଲେ | ତା ପୂର୍ବରୁ କଟକ ବକ୍ସିବଜ଼ାର ଠାରେ ପଣ୍ଡା ମେଡିକାଲ ସେଣ୍ଟର ପ୍ରତିଷ୍ଠା କରିଥିଲେ | ସର୍ଜିକାଲ ଆଙ୍କୋଲଜିଷ୍ଟ ଭାବେ ଓଡ଼ିଶା ଓ ପଶ୍ଚିମବଙ୍ଗ ରୋଗୀଙ୍କ ମଧ୍ୟରେ ତାଙ୍କର ବେଶ୍ ସୁନାମ ଥିଲା l ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରର ଅବସରପ୍ରାପ୍ତ ବିଶିଷ୍ଟ କ୍ୟାନସର ଅଙ୍କୋଲୋଜିଷ୍ଟ ଡାକ୍ତର କୃପାସିନ୍ଧୁ ପଣ୍ଡା ଏବଂ ଏସସିବି ମେଡିକାଲ କଲେଜର ମେଡିସିନ ବିଭାଗର ମୁଖ୍ୟ ଭାବେ ଭାବେ ଅବସର ନେଇଥିବା ଡାକ୍ତର ଅନ୍ନପୂର୍ଣ୍ଣା ଦାଶଙ୍କ ବଡ ପୁଅ ଥିଲେ ସଞ୍ଜୟ | ପଣ୍ଡା ପରିବାର ଦ୍ଵାରା ପ୍ରତିଷ୍ଠିତ କଟକ ପଣ୍ଡା ମେଡିକାଲ ସେଣ୍ଟର , ଗୁଡ଼ଲକ ହସ୍ପିଟାଲ ଏବଂ ତେଲେଙ୍ଗାପେଣ୍ଠ ଏଚ.ସି.ଜି ପଣ୍ଡା କ୍ୟୁରି କ୍ୟାନସର ହସ୍ପିଟାଲ ଓ ପଶ୍ଚିମ ଓଡ଼ିଶାର ପ୍ରଥମ କ୍ୟାନସର ହସ୍ପିଟାଲ ପଣ୍ଡା ବିକାଶ କ୍ୟାନସର ହସ୍ପିଟାଲ ଦ୍ଵାରା ଅନେକ ରୋଗୀ ଚିକିତ୍ସା ଓ ଅସ୍ତ୍ରୋପଚାର ସୁବିଧା ପାଇ ପାରୁଥିଲେ। ସଞ୍ଜୟ ନିଜ ପରିବାର ମାଧ୍ୟମରେ କ୍ୟାନସର କେୟାର ପାଇଁ ସଚେତନତା ଅଭିଯାନ ଜାରି ରଖିଥିଲେ l ଜଣେ ମେଳାପୀ, ସାହାଯ୍ୟକାରୀ ଡାକ୍ତର ଭାବେ ପରିଚିତ ସଞ୍ଜୟଙ୍କ ଅକାଳ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି lମୃତ୍ୟୁ ସମୟରେ ସଞ୍ଜୟଙ୍କ ପାଖରେ ତାଙ୍କ ପତ୍ନୀ ଡାକ୍ତର ଲିପସା ପଣ୍ଡା ଓ ପରେ ସାନଭାଇ ମାଇଣ୍ଡ ଫେୟାର ସଫ୍ଟୱେୟାର କମ୍ପାନୀର ପ୍ରତିଷ୍ଠାତା ଚିନ୍ମୟ ପଣ୍ଡା, ବାଲ୍ଯ ବନ୍ଧୁ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଡଭୋକେଟ ଦୂର୍ଗା ପ୍ରସାଦ ନନ୍ଦ ପ୍ରମୁଖ ଚେନ୍ନାଇରେ ପହଞ୍ଚିଛନ୍ତି। ଆସନ୍ତା କାଲି ବୁଧବାର ଅପରାହ୍ନ ରେ ତାଙ୍କ ମରଶରୀର ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ