ଲୋକପ୍ରିୟ ଯୁବକଙ୍କ ଅକାଳ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା କଲେଜଛକ ନିକଟସ୍ଥ ଉଦୟ ନଗରର ମେଳାପି, ସୁସଂଗଠକ ରାକେଶ କୁମାର ଦାଶ(ଗଗନ)ଙ୍କର ୩୨ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ନିକଟରେ ଉଦଘାଟିତ ହୋଇଥିବା ଜିଲ୍ଲା ସଂସ୍କୃତି ଭବନରେ ଅସ୍ଥାୟୀ କର୍ମଚାରୀ ଭାବେ ସେ କାର୍ଯ୍ୟରତ ଥିଲେ । ଗଗନ ନିଜ ଗ୍ରାମ ସହିତ ପଡୋଶୀ ଅଞ୍ଚଳରେ ବହୁ ଅନୁଷ୍ଠାନ ସହିତ ନିଜକୁ ସାମିଲ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ସ୍ମୃତି ଉଦେଶ୍ୟରେ ଗ୍ରାମଦେବତୀ ମା’ କେନ୍ଦୁଖାଇ ଦୁଆଶୁଣୀ ପୀଠରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ମନୋଜ ସ୍ୱାଇଁ, ରାଜେଶ ପଣ୍ଡା, ପ୍ରଦୀପ ସାହୁ, ଗୈାତ୍ତମ ମଲିକ, ସୁରେନ୍ଦ୍ର ସାହୁ, ନିରଞ୍ଜନ ସାହୁ, ସ୍ୱରୂପ ରାଉତରାୟ, ସେକ ମୁସ୍ତାକ ଅଲ୍ଲୀ, ଶାରଦା ପ୍ରସନ୍ନ ସାହୁ, କିଶୋର ମହାରଣା, ସୈାମ୍ୟରଞ୍ଜନ ବିଶ୍ୱାଳ, ଚନ୍ଦ୍ରକାନ୍ତ ସ୍ୱାଇଁ, ତୁଷାର ମିଶ୍ର, ମୁନା ଦାଶ, ଆକାଶ ଦାଶ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଈଶ୍ୱର ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ