ଲୋକମନ୍ୟତିଲକ ଏକ୍ସପ୍ରେସ ର ଇଞ୍ଜିନ ରୁ ପସେଞ୍ଜେର ବଗି ରୁ ହେଲା ଅଲଗା
ଚୌଦ୍ଵାର (ସଞ୍ଜୀବ କୁମାର ତିୱାରୀ) : ଶାଳଗାଁ ଷ୍ଟେସନ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପୂର୍ବତଟ ରେଳବାଇ ର ଶଳଗାଁ ରେଳ ଷ୍ଟେସନ ନିକଟରେ ଭୁବନେଶ୍ୱର ରୁ ମୁମ୍ବାଇ ଯାଉଥିବା ଲୋକମାନ୍ୟତିଲକ ଟ୍ରେନ ର ପସେଞ୍ଜର ବଗିରୁ ଇଞ୍ଜିନ ଚାଲୁଥିବା ଅବସ୍ଥାରେ ଅଲଗା ହୋଇ ଯାଇଥିଲା। ଇଞ୍ଜିନ ସହିତ ବଗି କୁ ସଂଯୋଗ କରୁଥିବା ହୋସ୍ ପାଇପ୍ ଫଟିଯିବାରୁ ଇଞ୍ଜିନ ପାସେଞ୍ଜର ବଗି ଠାରୁ ପ୍ରାୟ ୩୦୦ ମିଟର ଦୂରତା ପର୍ଯ୍ୟନ୍ତ ଅଲଗା ହୋଇ ଯାଇଥିଲା। ସୌଭାଗ୍ୟ ର ବିଷୟ ଏହି ଅଘଟଣ ରେ କୌଣସି ଯାତ୍ରୀ ମୃତାହତ ହୋଇ ନଥିବା ବେଳେ ସାମୁହିକ ଭାବେ କିଛି ସମୟ ରେଳ ଚଳାଚଳ ବିଳମ୍ବ ଘଟିଥିଲା। ପରେ ଇଂଜିନରେ ବଗି ସଂଯୋଗ କରି ରେଳ ଚଳାଚଳ ସ୍ବାଭାବିକ କରାଯାଇଥିଲା।