ଲୋକମାନ୍ୟ ତିଲକ ଟର୍ମିନସ୍(ଏଲ୍ଟିଟି) ଟ୍ରେନର ୭ଟି ବଗି ଲାଇନଚ୍ୟୁତ
କଟକ : ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଲକ ଟର୍ମିନସ୍(ଏଲ୍ଟିଟି)ର ୭ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସକାଳୁ କଟକ ନିକଟସ୍ଥ ନେରଗୁଣ୍ଡି ରେଳ ଷ୍ଟେସନ୍ରେ ଏଭଳି ଦୁର୍ଘଟଣା ଘଟିଛି। ବି-୧ ପରଠାରୁ ୭ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘନ କୁହୁଡି କାରଣରୁ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୬ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ଏକ ମେଡିକାଲ୍ ଟ୍ରେନ୍ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ପହଞ୍ଚିଛନ୍ତି । ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଲଞ୍ଚ କରାଯାଇଛି । ଦୁର୍ଘଟଣା ସମ୍ବନ୍ଧରେ ସୂଚନା ପାଇଁ ୧୦୭୨ ଡାଏଲ୍ କରିବା ପାଇଁ ରେଳବାଇ ପକ୍ଷରୁ ଟ୍ବିଟ୍ କରାଯାଇଛି ।