ଲୋକଶକ୍ତିର କୋର କମିଟି ବୈଠକ: ସଂଗଠନକୁ କ୍ରିୟାଶୀଳ କରିବାକୁ ନିଷ୍ପତ୍ତିି

ବନ୍ତ, (ଚାନ୍ଦିନୀ ମହାନ୍ତି) : ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ଲୋକଶକ୍ତି ୧୯୮୪ ମସିହା ଠାରୁ ଶିଶୁକନ୍ୟା ସୁରକ୍ଷା, ବାଳ ଶ୍ରମିକ ନିରୋଧ, ମଦ, ଯୌତୁକ ବିରୋଧ, ଜଳପରିମଳ, ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ, ମହିଳାସଶକ୍ତିକରଣ ସହିତ ପୁନର୍ବର୍ାସ ଥଇଥାନ, ଜୀବିକା ନିର୍ବାହ, ପ୍ରାକୃତିକ ବିପର୍ଯ୍ୟୟର ସଫଳ ପରିଚାଳନା, କୃଷିର ଉନ୍ନତି, ବୈଷୟିକ ଶିକ୍ଷା, ତୁଣମୂଳ ସ୍ତରୀୟ ସଂଗଠନ ଗଠନ, ବିକାଶ ସହିତ ସାମାଜିକ ସଚେତନତାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଓଡିଶାରେ ନୁହେଁ ସାରା ଭାରତ ବର୍ଷରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବିଶେଷଭାବେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ ଜିଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ସହିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଏକ ନିର୍ଣ୍ଣାୟକ ଭୂମିକା ଦେବାର ସଫଳ ନେତୃତ୍ୱ ନେଇଛି । ସଂପାଦକ ରବିନ୍ଦ୍ର ରାୟଙ୍କ ଆବାହକତ୍ୱରେ ଲୋକଶକ୍ତିର କୋର କମିଟି ବୈଠକରେ ସଂଗଠନକୁ ଅଧିକ କ୍ରିୟାଶୀଳ କରାଯାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହିତ ଏହାର ମହିଳା ସଂଗଠନ, ଯୁବକ ଓ ସମସ୍ତ ତୃଣମୂଳ ସ୍ତରୀୟ ସଂଗଠନକୁ କ୍ରିୟାଶୀଳ କରାଯାଇ ଲୋକ ମାନଙ୍କ ସହଯୋଗ ଓ ସହଭାଗିତାରେ ବିଭିନ୍ନ କାର୍ଯ୍ୟକ୍ରମକୁ ହାତକୁ ନେବାକୁ ନିଷ୍ପତ୍ତି ହୋଇଛି । ଭଦ୍ରକ ଜିଲାର ବନ୍ତ ବ୍ଲକକୁ ଫୋକସ ଅଞ୍ଚଳ ଭାବେ ଖୁବଶିଘ୍ର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସଂସ୍ଥାର ମୁଖ୍ୟ ସୂଚନା ଦେଇଛନ୍ତି । କୋର କମିଟି ବୈଠକରେ ସଂସ୍ଥାର ଉପସଭାପତି ଜୟନ୍ତ ବାଗ, ସଭ୍ୟ ସନ୍ତୋଷ ପଣ୍ଡା, ବରିଷ୍ଠ ସଭ୍ୟ ବିଜୟ ଶତପଥୀ, ଶକୁନ୍ତଳା ଦେହୁରୀ, ଭଗବାନ ନାୟକ, ଚକ୍ରଧର ପଢିଆରୀ, ବିରେନ୍ଦ୍ର ପଣ୍ଡା, ଶଶଧର ବାରିକ, ଅର୍ଜ୍ଜୁନ ମହାନ୍ତି, ଶ୍ରୀବତ୍ସ ପଟ୍ଟନାୟକ ଯୋଗ ଦେଇଥିଲେ । ଲୋକଶକ୍ତିର ବିଭିନ୍ନ କାର୍ଯ୍ୟକ୍ଷେତ୍ର ଅଞ୍ଚଳର ଲୋକ ମାନଙ୍କ ଶ୍ରଦ୍ଧା, ଭଲ ପାଇବା, ସହଯୋଗ ଓ ଅନୁରୋଧକୁ ପାଥେୟ କରି ସଂସ୍ଥା ସଂପର୍କରୁ ସମ୍ବନ୍ଧ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ଏକ ବଡ ନିଷ୍ପତ୍ତି ହୋଇଥିବା ସଂଗଠନର ମୁଖ୍ୟ ସୂଚନା ଦେଇଥିଲେ । କାର୍ଯ୍ୟଳୟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ