ଲୋକଶକ୍ତି ସ୍ୱେଚ୍ଛାସେବୀ ସଂସ୍ଥାର କୋଷାଧ୍ୟକ୍ଷଙ୍କ ଅକାଳ ବିୟୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି) :ଲୋକଶକ୍ତି ସ୍ୱେଚ୍ଛାସେବୀ ସଂସ୍ଥାର ପ୍ରତିଷ୍ଠାତା ସଭ୍ୟ ତଥା କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର କୁକ୍‌ଚାଙ୍କ ଅକାଳ ବିୟାଗ ଘଟିଛି । ସେ ଲିଭର କର୍କଟ ଜନିତ ରୋଗରେ ପିଡିତ ଥିଲେ । ସେ ଜାତୀୟ ସ୍ତରରେ ଜଣେ ସୁନାମଧନ୍ୟ ସମାଜସେବୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ସେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କ ମ୍ୟାନେଜମେଣ୍ଟ ଏବଂ ପି.ଆଇ.ଡି.ଆଇ.ଟି ଭଳି ଖ୍ୟାତନାମା ସଂସ୍ଥାରେ କାର୍ଯ୍ୟ କଲାପରେ ଲୋକଶକ୍ତିର ପରିଚାଳନା କମିଟିର ଉପସଭାପତି ଓ ଶେଷ ଜୀବନ ପର୍ଯ୍ୟନ୍ତ କୋଷାଧ୍ୟକ୍ଷ ଭାବେ ଦାୟୀତ୍ୱ ତୁଲାଇ ଆସିଥିଲେ । ସେ ଲୋକଶକ୍ତି ତରଫରୁ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ସୁନ୍ଦରଗଡ ଆଦି ଜିଲାର ବିଭିନ୍ନ ବ୍ଲକରେ ଶିଶୁକନ୍ୟା ସୁରକ୍ଷା, ଶିଶୁ ଶ୍ରମିକ ନିିରୋଧ, ବିପର୍ଯ୍ୟୟ ପ୍ରଶମନ, ଜୀବିକା ନିର୍ବାହ, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗରେ ଲୋକଶକ୍ତିର ସଂପାଦକ ରବିନ୍ଦ୍ର ରାୟ, ରବି ନାରାୟଣ ଦାଶ, ରାଜେନ୍ଦ୍ର ସିଂହ, ବିଜୟ ଶତପଥି, ମଧୁସୂଦନ ସାହୁ, ଗୋବିନ୍ଦ ଦାସ, ପର୍ଶୁରାମ ଦାସ, ନୃସିଂହ ମହାନ୍ତି, ନୃସିଂହ କର, ଜଗତଜ୍ୟୋତି ମହିଳା ମହାସଂଘର କୁଞ୍ଜଲତା ଜେନା, ତୁଳସୀ ମହାନ୍ତି, ପର ଜେନା, ସରୋଜିନୀ ସାହୁ, ସତ୍ୟଭାମା କର, ଜଳଧର ଜେନା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ଯୁବ ସମାଜସେବୀ ସତ୍ୟସାଧନ ବେଜ, ସିଏଫଡବ୍ଲ୍ୟୁଏସଡିର ସଂପାଦକ ଗୋପିନାଥ ଦାଶ, ପିଇଓ ସଂଗୀତାରାଣୀ ପାଣିଗ୍ରାହୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଅମରଆତ୍ମାର ସଦ୍‌ଗତି କାମନା କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ