ଲୋକସଭାରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନକୁ ନେଇ କଂଗ୍ରେସ ଜନତା ଦରବାରକୁ ଯିବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଲୋକସଭାରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନକୁ ନେଇ କଂଗ୍ରେସ ଜନତା ଦରବାରକୁ ଯିବ ବୋଲି କେନ୍ଦ୍ରାପଡା ସହରର କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଅନୁଷ୍ଠିତ ପତ୍ରକାର ସମ୍ମିଳନୀରେ ଯୋଗଦେଇ ପୂର୍ବତନ ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦାନୀଙ୍କ ସହିତ ବାରମ୍ବାର ବିଦେଶ ଗସ୍ତରେ ଯିବା ପରେ ଆଦାନୀଙ୍କୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ଙ୍କଟ୍ରାକ୍ଟ ମିଳିବା ସମ୍ପର୍କରେ ଲୋକସଭାରେ ଗତ ଫେବୃୟାରୀମାସ ୭ତାରିଖରେ ବିଭିନ୍ନ ପ୍ରଶ୍ନ କରିଥିଲେ । ବିଗତ ୧୧ବର୍ଷ ଭିତରେ କେନ୍ଦ୍ର ସରକାର ବିଭିନ୍ନ ବେସରକାରୀ କମ୍ପାନୀକୁ ୨୦ଲକ୍ଷ ଟଙ୍କାର ଋଣ ଛାଡ କରିଥିବା ବେଳେ ସେଥିରେ ଆଦାନୀ ଗ୍ରୁପର ସର୍ବାଧିକ ଋଣ ଛାଡ କରାଯାଇଛି । ଏସବୁ ଘୋଟାଲା ସମ୍ପର୍କରେ ଲୋକସଭାରେ ପ୍ରଶ୍ନ କରିବାରୁ କଂଗ୍ରେସର ପ୍ରାକ୍ତନ ରାଷ୍ଠ୍ରୀୟ ସଭାପତି ତଥା ଲୋକସଭା ସାସଂଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ । ଶତାଦ୍ଦିର ସବୁଠୁ ବଡ ଦୁର୍ନୀତି ହେଉଛି ୨ଲକ୍ଷ କୋଟି ଟଙ୍କାର ଆଦାନୀ ଦୁର୍ନୀତି । ଶ୍ରୀ ମହାନ୍ତି କହିଥିଲେ ଯେ ଗତ ୨୦୧୯ମସିହା ସାଧାରଣ ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ସଭାରେ ରାହୁଲ ଗାନ୍ଧୀଙ୍କ ଭାଷଣଙ୍କୁ ନେଇ ପୂଣ୍ଣେଶ ମୋଦି ନାମକ ଜଣେ ବ୍ୟକ୍ତି ଗୁଜୁରାଟ କୋର୍ଟରେ ୨୦୨୨ମସିହା ମାର୍ଚ୍ଚମାସ ୭ତାରିଖରେ ଏକ ମାମଲା ଦାୟର କରିଥିଲେ । ପରେ ସେହି ମାମଲାର ଶୁଣାଣି ଉପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଗୁଜୁରାଟ ହାଇକୋର୍ଟରେ ଅପିଲ କରି ରହିତାଦେଶ ଆଣିଥିଲେ । କିନ୍ତୁ ଫେବୃୟାରୀ ୭ତାରିଖରେ ରାହୁଲ ଗାନ୍ଧୀଙ୍କ ଲୋକସଭାରେ ଆଦାନୀ ଦୁର୍ନୀତି ସମ୍ପର୍କରେ ପ୍ରଶ୍ନ ପରେ ପୁନର୍ବାର ଫେବୃୟାରୀ ୧୬ତାରିଖରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ହାଇକୋର୍ଟରୁ ରହିତାଦେଶ ଉଠାଇ ଆଣିବା ଏବଂ ୨୭ଫେବୃୟାରୀରେ ଗୁଜୁରାଟ ସିଜିଏମ କୋର୍ଟରେ ସେହି ମାମଲାର ଶୁଣାଣି ଆରମ୍ଭ ହେବା ଓ ମାର୍ଚ୍ଚ ୨୩ତାରିଖରେ ସେହି ମାମଲାରେ କୋର୍ଟ ଦଣ୍ଡାଦେଶ ପ୍ରଦାନ କରିବା ଘଟଣା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଶ୍ରୀ ମହାନ୍ତି କହିଥିଲେ । ତେଣୁ ଏଭଳି ଘଟଣାର ପ୍ରତିବାଦରେ କଂଗ୍ରେସ ଜନତା ଦରବାରକୁ ଯିବ ବୋଲି ସେ କହିଥିଲେ । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଗଣତନ୍ତ୍ରର ସୁରକ୍ଷା ପାଇଁ କଂଗ୍ରେସ ଲଗାତର ଆନ୍ଦୋଳନ ଜାରିରଖିବ ଏପରିକି ଗଣ ଅନଶନ ଓ ଧାରଣା ଦେବାକୁ ପଛାଇବ ନାହିଁ ବୋଲି ଶ୍ରୀ ମହାନ୍ତି କହିଥିଲେ । ଏହି ସମ୍ମିଳନୀରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ପ୍ରାକ୍ତନ ପିସିସି ସମ୍ପାଦକ ମୁକ୍ତାର ଖାଁ, ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଲୋକସଭା ଯୁବ ସଭାପତି ସତ୍ୟପ୍ରିୟ ସାମଲ, ବିଧାନସଭା ଯୁବ ସଭାପତି ରତିକାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ