ଲୋକସଭା ଏବଂ ବିଧାନସଭାରେ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟିର କର୍ମୀ ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅଧିକରୁ ଅଧିକ ଓଡ଼ିଶାବାସୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ୍ କରିବା, କାର୍ଯ୍ୟରତ ଏବଂ ପୂର୍ବତନ ପୌର ପ୍ରତିନିଧି ଏବଂ ପଞ୍ଚାୟତ ପ୍ରତିନିଧି ଯଥା : ବର୍ତ୍ତମାନ ଏବଂ ପୂର୍ବତନ ୱାର୍ଡ଼ମେମ୍ବର, ନାଏବ ସରପଞ୍ଚ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟକ୍ଷା, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟକ୍ଷାମାନଙ୍କୁ ଉପଯୁକ୍ତ ଦରମା, ଭତ୍ତା, ପେନ୍ସନ, ସୁରକ୍ଷା ଓ ମର୍ଯ୍ୟାଦା ପ୍ରଦାନ କରିବା, ଅଣ୍ଡର ମାଟ୍ରିକ, ମାଟ୍ରିକ ପାସ୍, +୨ ପାସ୍, +୩ ପାସ୍ ଏବଂ ପୋଷ୍ଟ ଗ୍ରାଜୁଏଟମାନଙ୍କୁ  ରୋଜଗାର କିମ୍ବା ବେରୋଜଗାରୀ ଭତ୍ତା ଗ୍ୟାରେଣ୍ଟି ଦେବା, ଗୃହିଣୀମାନଙ୍କୁ ମାସିକ ୫୦୦ଟଙ୍କା ଗୃହିଣୀ ଭତ୍ତା ଦେବା, ୫୫ ବର୍ଷ ବୟସରୁ ମାସିକ ବାର୍ଦ୍ଧକ୍ୟ ଭତ୍ତା ସର୍ବନିମ୍ନ ୫୦୦ଟଙ୍କା ଦେବା ଏବଂ ପ୍ରତିବର୍ଷ ୫୦ଟଙ୍କା ବୃଦ୍ଧି କରିବା, ଅବସରପ୍ରାପ୍ତ ସରକାରୀ ଓ ବେସରକାରୀ କର୍ମ·ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାସିକ ୫୦୦ଟଙ୍କା ଚିକିତ୍ସା ଭତ୍ତା ଦେବା, ପ୍ରତ୍ୟେକ ପରିବାରକୁ ଆଦର୍ଶ ଗୃହ ଯୋଗାଇଦେବା, କ୍ଷୁଦ୍ର, ନାମମାତ୍ର ଓ ବଡ଼·ଷୀମାନଙ୍କୁ ଏକର ପିଛା ୧୦ ହଜାର ଟଙ୍କା ସହାୟତା ଦେବା, ପେନସନ ଦେବା, ମାଗଣାରେ କୃଷି ଯନ୍ତ୍ରପାତି, ଉନ୍ନତ ·ଷ ପଦ୍ଧତି ଏବଂ କୃଷି ଶ୍ରମିକ ଯୋଗାଇ ଦେବା, ପ୍ରତ୍ୟେକ ଗ୍ରାମ, ସାହି, ବସ୍ତି ଓ ଆପାର୍ଟମେଣ୍ଟର ଜୁନିଅର ଓ ସିନିଅର କ୍ରିକେଟ ଟିମ୍ ଗୁଡ଼ିକର ୧୦ବର୍ଷରୁ ଉଦ୍ଧ୍ୱର୍ କ୍ରିକେଟ ଖେଳାଳୀ ମାନଙ୍କୁ ପୋଷାକ ଏବଂ ଆର୍ଥିକ ସହାୟତା ଯୋଗାଇଦେବା ଦାବୀରେ ଓଡ଼ିଶାର ସମସ୍ତ ୨୧ ଲୋକସଭା ଏବଂ ୧୪୭ ବିଧାନସଭାନିର୍ବାଚନ ମଣ୍ଡଳୀରେ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟିର କର୍ମୀ ସମ୍ମଳନୀ ଏବଂ ସାଧାରଣ ସଭା ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ