ଲୋକସଭା ଓ ରାଜ୍ୟସଭାରେ ସମଲିଙ୍ଗୀଙ୍କ ପାଇଁ ବିଲ୍ ଆଣିବା ଦାବିରେ ବିକ୍ଷୋଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମାନ୍ୟବର ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୫ଜଣିଆ ଖଣ୍ଡପୀଠ ସମଲିଙ୍ଗୀ ବିବାହ ଉପରେ ବିଚାର କରି ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ଟିଜି ସୁରକ୍ଷା ଟ୍ରଷ୍ଟ ସ୍ୱାଗତ କରିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାର୍ଲାମେଣ୍ଟ ଓ ଲୋକସଭାରେ ବିଲ୍ ଆଣିବା ପାଇଁ ଟିଜି ସୁରକ୍ଷା ଟ୍ରଷ୍ଟ ଦାବି କରିବା ସହ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟିଜି ସୁରକ୍ଷା ଟ୍ରଷ୍ଟର ସଭାନେତ୍ରୀ ମେନକା ପରିଡ଼ା କହିଛନ୍ତି ଯେ, ନ୍ୟାୟାଳୟ ସମଲିଙ୍ଗୀ ବିବାହକୁ ନେଇ ଆଇନ ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାରଙ୍କୁ ମଧ୍ୟ ବର୍ତ୍ତମାନର ସରକାରଙ୍କ ଠାରୁ ଆଶା କରିଛନ୍ତି । କିନ୍ନର ମାନଙ୍କର ସମ୍ପର୍କ ସାମାଜିକ ସ୍ୱୀକୃତି ନଥିବାରୁ ଏହାକୁ ସେ ଖୋଲାଖୋଲି ଘୋଷଣା କରିବାରୁ ବଞ୍ôଚତ ହେଉଛନ୍ତି । ପ୍ରକୃତରେ କିନ୍ନରମାନେ ମଣିଷ ଓ ସେମାନଙ୍କର ଜୀବନ ଅଛି, ବଞ୍ôଚବାର ଅଧିକାର ଅଛି । ମନ ଅଛି, ଇଚ୍ଛା ଅଛି, ହୃଦୟ ଅଛି ତାହା ଆଜି ପର୍ଯ୍ୟନ୍ତ କେହି ବୁଝିପାରିଲେ ନାହିଁ । ସର୍ବୋଚ୍ଚ ନ୍ୟାୟାଳୟ ଯଦି ସେମାନଙ୍କ କଥା ବୁଝୁନାହାଁନ୍ତି ରାଜନୈତିକ ଦଳମାନେ ତାକୁ ବୁଝିବେ । ଉଭୟ ସଂସଦ କିମ୍ବା ବିଧାନସଭାରେ ଆଜି ପର୍ଯ୍ୟନ୍ତ କେବେ କିିନ୍ନରମାନଙ୍କ ପ୍ରସଙ୍ଗ କି ସମସ୍ୟା କଥା ଆଲୋଚନା ହୋଇନାହିଁ । ସେମାନଙ୍କ ପାଇଁ ଆଇନ ତିଆରି କରିବାକୁ ଚାହୁଁଛନ୍ତି । ଏହି ରାୟରେ ଖୋଲାଖୋଲି ଜଣାଇ ଦିଆଗଲା ଯେ, କିନ୍ନରମାନେ କେବଳ ଭୋଗ୍ୟ ବସ୍ତୁ । ସୋମନଙ୍କ ସହିତ ଶାରୀରିକ ସମ୍ପର୍କ ରଖିହେବ, କିନ୍ତୁ ସେମାନଙ୍କୁ ବିବାହ କରାଯାଇ ପାରିବ ନାହିଁ । କିନ୍ତୁ ଓଡ଼ିଶାରେ ପ୍ରାୟ ୨୦୦ ସମଲିଙ୍ଗୀ ଦମ୍ପତ୍ତି ଅଛନ୍ତି । ଏବେ ସର୍ବୋଚ୍ଚ ନ୍ୟାୟାଳୟ ସମଲିଙ୍ଗୀ ସମ୍ପର୍କକୁ ସହମତି ଦେଇଥିଲେ ସେମାନେ ଉପକୃତ ହୋଇଥାନ୍ତେ । ୨୦୧୮ମସିହାରେ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିସାରିଛନ୍ତି । ବର୍ତ୍ତମାନ ସମଲିଙ୍ଗୀ ବିବାହକୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ୱୀକୃତି ଦେଇନାହାଁନ୍ତି । ସେ କହିଛନ୍ତି ଯେ, ସମଲିଙ୍ଗୀ ବିବାହ ପାର୍ଲାମେଣ୍ଟ ଅଧିନରେ ଆସୁଛି ତାହା ମାନ୍ୟବର ସୁପ୍ରିମକୋର୍ଟ ଆଇନ କରିପାରିବେ ନାହିଁ ବୋଲି କହିବା ସହ ସମଲିଙ୍ଗୀ ବିବାହ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମଲିଙ୍ଗୀଙ୍କ ଲାଗି ଉଚିତ୍ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଦେଶରେ ସମଲିଙ୍ଗୀ ବିବାହ ସ୍ୱୀକୃତିପ୍ରାପ୍ତ ହୋଇଥିବା ବେଳେ ଆମ ଦେଶରେ ଏହାକୁ ଅପରାଧ ଭାବରେ ପରିଗଣିତ ହେଉଛି । ତେଣୁ ସମଲିଙ୍ଗୀ ବିବାହକୁ ବେଆଇନ ବୋଲି କହିହେବ ନାହିଁ ବୋଲି ସପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି । ନିଜ ପାଇଁ ଜୀବନସାଥୀ ଚୟନ କରିବାର ଅଧିକାର ସମସ୍ତଙ୍କ ପାଖରେ ରହିଛି । ଜୀବନ ସାଥୀ ବାଛିବା ପ୍ରତ୍ୟେକ ବ୍ୟକ୍ତିର ଏକ ପ୍ରମୁଖ ଅଂଶ । ଉଭୟ ସଂସଦରେ କିନ୍ନରମାନଙ୍କୁ ଏହି ଅଧିକାର ଦେଲେ କିନ୍ନର ସମାଜ ସୁରକ୍ଷିତ ଜୀବନଶୈଳୀ ବିତାଇ ପାରିବେ । ଏହା ସମସ୍ତ ସାଂସଦମାନଙ୍କୁ ସଂସଦ, ବିଧାନସଭାରେ ଆଣିବା ପାଇଁ ଅନୁରୋଧ କରୁଅଛୁ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା କିନ୍ନର ସମାଜର ସୋନାଲି କିନ୍ନର, ପାୟଲ କିନ୍ନର, ମମତା କିନ୍ନର, ପୂଜା କିନ୍ନର, ସୁଇଟି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରତାପ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ