ଲୋକସଭା ନିର୍ବାଚନର ପ୍ରଥମ ଦଫା ଭୋଟଗ୍ରହଣ ଏପ୍ରିଲ ୧୧ରେ
୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ୯୧ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ହେବ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମେଘାଳୟ, ଉତରାଖଣ୍ଡ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବରରେ ବୁଧବାର ସମସ୍ତ ଲୋକସଭା ଆସନ ପାଇଁ ଭୋଟଗ୍ରହଣ ହେବ, ଏପ୍ରିଲ ୧୧ରେ ଆନ୍ଧ୍ରପ୍ରଦେଶ, ସିକ୍କିମ, ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଏବଂ ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ଦଫା ଭୋଟଗ୍ରହଣ ହେବ, ଭାରତରେ ପ୍ରଥମ ଦଫା ସାଧାରଣ ନିର୍ବାଚନ-୨୦୧୯ ଏପ୍ରିଲ ୧୧ ବୁଧବାର ଅନୁଷ୍ଠିତ ହେବ । ଏହି ଦଫାରେ ମୋଟ ୫୪୩ ଲୋକସଭା ଆସନ ମଧ୍ୟରୁ ୯୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା ହେବ । ବୁଧବାର ଦିନ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ମେଘାଳୟ, ଉତରାଖଣ୍ଡ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ନିକୋବର ଏବଂ ତେଲଙ୍ଗାନାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ କରାଯିବ । ପ୍ରଥମ ଦଫା ନିର୍ବାଚନ ହେବାକୁ ଥିବା ଅନ୍ୟ ରାଜ୍ୟଗୁଡିକ ଆସାମ, ବିହାର, ଛତିଶଗଡ, ଜାମ୍ମୁ କାଶ୍ମୀର, ମହାରାଷ୍ଟ୍ର, ମଣିପୁର, ଓଡିଶା, ତ୍ରିପୁରା, ଉତରପ୍ରଦେଶ ଏବଂ ପଶ୍ଚିମବଙ୍ଗ । ଏହି ରାଜ୍ୟମାନଙ୍କରେ ସାଧାରଣ ନିର୍ବାଚନର ପ୍ରଥମ ଦଫାରେ କେତେକ ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ କରାଯିବ । ଦ୍ୱିତୀୟରୁ ସପ୍ତମ ଦଫା ଭୋଟଗ୍ରହଣ ଯଥାକ୍ରମେ ଏପ୍ରିଲ ୧୮, ଏପ୍ରିଲ ୨୩, ଏପ୍ରିଲ ୨୯, ମେ ୬, ମେ ୧୨ ଏବଂ ମେ ୧୯ ତାରିଖ ମାନଙ୍କରେ ଅନୁଷ୍ଠିତ ହେବ । ୧୭ତମ ଲୋକସଭା ପାଇଁ ଭୋଟ ଗଣତି ମେ ୨୩ରେ ଅନୁଷ୍ଠିତ ହେବ ।