ଲୋକସଭା ର ପୂର୍ବତନ ବାଚସ୍ପତି ୰ରବି ରାୟଙ୍କ ସ୍ମୃତି ସଭା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଆସିକା ରୋଡ, ତାଲୁକା ଠାରେ ହିନ୍ଦ ମଜଦୁର ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଲୋକସଭା ର ପୂର୍ବତନ ବାଚସ୍ପତି ୰ରବି ରାୟଙ୍କ ପଞ୍ଚମ ଶ୍ରାଦ୍ଧ ବର୍ଷିକି ରେ ଏକ ସ୍ମୃତି ସଭା ପୂର୍ବତନ ବିଧାୟକ ଶ୍ରୀ ଶିବ ଶଙ୍କର ସାହାଣୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ରାୟ ଛାତ୍ରବସ୍ଥା ପରେ ୧୯୪୮ ମସିହାରେ ରାଜନୀତିରେ ଯୋଗଦେଇଥିଲେ, ଜଣେ ସଚ୍ଚୋଟ ସମାଜବାଦୀ ବ୍ୟକ୍ତି ରୂପେ ଜଣାଶୁଣା ସ୍ୱର୍ଗତ ରାୟ ମୋରାଜି ଦେଶାଇ ସରକାର ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ସମୟରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନେଇଥିଲେ । ସେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଘନିଷ୍ଠ ବନ୍ଧୁ ଭାବେ ମଧ୍ୟ ପରିଚିତ । ସେ ପ୍ରଥମ ଓଡ଼ିଆ ଭାବେ ଲୋକସଭା ରେ ବାଚସ୍ପତି ପଦ ଅଳଙ୍କୃତ କରି ଓଡ଼ିଆ ତଥା ଓଡ଼ିଶା କୁ ସାରା ଭାରତ ବର୍ଷରେ ନୂତନ ପରିଚୟ ମଧ୍ୟ ଦେଇଥିଲେ ବୋଲି ହିନ୍ଦ ମଜଦୁର ସଭାର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ବରିଷ୍ଠ ସମାଜସେବୀ ସୀମାଦ୍ରୀ ସାହାଣୀ ଧୂପ, ଦୀପ ଦେବା ସହ ପୁଷ୍ପାଞ୍ଜଳି ଅର୍ପଣ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କୋମଳ ପାତ୍ର, ପୂର୍ବତନ ସରପଞ୍ଚ ନରସିଂହ ସାହୁ, ଆଇନଜୀବୀ ଅଜିତ ହୋତା, ଶଙ୍କର ଗୌଡ଼, ଚନ୍ଦ୍ରମୋହନ ସାହୁ, ଫାଇଜ ଖାଁ, ପ୍ରଫୁଲ୍ଲ ଜେନା, ଶ୍ରୀନିବାସ ରାଓଙ୍କ ସମେତ ସମାଜବାଦୀ ଚିନ୍ତାଧାରା ବ୍ୟକ୍ତିମାନେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ