ଲୋକସେବା ପରିଷଦ ପକ୍ଷରୁ ଅଣବନ୍ଦୀ ସ୍ୱାଧିନତା ସଂଗ୍ରାମୀଙ୍କ ସ୍ମୃତିଚାରଣ

ଦିଗପହଣ୍ଡି(ଯୁଗାଦ୍ଧ ନିଜ୍ୟୁ)ସ୍ଥାନୀୟ ଚନ୍ଦ୍ରଚୂଡେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ରବିବାର ପୂର୍ବାହ୍ନରେ ଲୋକସେବା ପରିଷଦ ପକ୍ଷରୁ ଗୋଆମୁକ୍ତି ଆନ୍ଦୋଳନରେ ନିଜକୁ ଝାସ ଦେଇଥିବା ଅଣବନ୍ଦୀ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ବିୟୋଗରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ଅଶ୍ୱିନୀ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ କୁରେଶୁ ପଣ୍ଡା, ଅଳକନାଥ ମିଶ୍ର, ହରକୃଷ୍ଣ ପଣ୍ଡା, ବ୍ରଜମୋହନ ପାଣିଗ୍ରାହୀ, ଭ.ଧର୍ମା ରାଜୁ, ଭି.ମନ୍ମଥ ରାଜୁ, ପଦ୍ମଚରଣ ମେକାପ, ପି.କ୍ରିଷ୍ଣାମା, ରତ୍ନାକର ମେକାପ, ନୀଳମାଧବ ପଣ୍ଡା, ଦୂର୍ଗାମାଧବ ପଣ୍ଡା, ଶଙ୍କର ପ୍ରସାଦ ପଣ୍ଡା, ଅନୀଲ କୁମାର ସାହୁ, କାମାକ୍ଷୀ ପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଅଣବନ୍ଦୀ ସଂଗ୍ରାମୀଙ୍କ ଜୀବନର କିଛି ଅଭୁଲା ସ୍ମୃତି ସମ୍ପର୍କରେ ଉପସ୍ଥାପନ କରିଥିଲେ । ସର୍ବପ୍ରଥମେ ସ୍ୱର୍ଗତ ସ୍ୱାଧିନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାସୁମନ ଦେବା ପରେ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସନାତନ ନନ୍ଦ, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ହରପ୍ରସାଦ ରଥ, ଅଶେଷନାଥ ମିଶ୍ର, ଅରୁଣ କୁମାର ସାହୁ, ଗଣେଶ ପାଠୀ, ତ୍ରିନାଥ ସାହୁ, ସୁବାଷ ଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ସ୍ମୃତି ଚାରଣ ସଭାରେ ସହରର ସମସ୍ତ ବର୍ଗର ବ୍ୟକ୍ତିବିଶେଷ ଅଂଶ ଗ୍ରହଣ କରିଥିଲେ ।ସାଇଟ୍ରେ ରହୁନାହାନ୍ତି ଜେଇ, ଏସଡିଓ !
ନିମପଲ୍ଲୀ ଗାଁକୁ ରାସ୍ତା ନିମ୍ନମାନର ଅଭିଯୋଗ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ