ଲୋକସ୍ୱରର ବାର୍ଷିକ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ଲୋକସ୍ୱର’ର ଏକାଦଶ ବାର୍ଷିକ ଉତ୍ସବ ବରିଷ୍ଠ ଅଧିବକ୍ତା ଶ୍ରୀ ଅଜିତ ଦାସଙ୍କ ସଭାପତିତ୍ୱରେ ସ୍ଥାନୀୟ ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାମ୍ପ୍ରତିକ ସ୍ଥିତିରେ ମହାତ୍ମା ଗାନ୍ଧୀ ଓ ଡଃ ରାମ ମନୋହର ଲୋହିଆଙ୍କ ବିଚାରଧାରାର ପ୍ରାସଙ୍ଗିକତା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜସେବୀ ପ୍ରଫୁଲ୍ଲ ସମାନ୍ତରାୟ ଗାନ୍ଧୀ ବିଚାର ଓ ଡଃ ଲୋହିଆଙ୍କ ସମାଜବାଦୀ ଚିନ୍ତାଧାରା ପରସ୍ପର ପରିପୂରକ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପରସ୍ପର ପରିପୂରକ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଫେସର ବୀରେନ୍ଦ୍ର ନାୟକ ବିଚାରଧାରାର ପାର୍ଥକ୍ୟ ସତ୍ତ୍ୱେ ଗାନ୍ଧିଜୀ ଓ ଡଃ ଲୋହିଆଙ୍କ ଆବେଗପୂର୍ଣ୍ଣ ବ୍ୟକ୍ତିଗତ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ଗାନ୍ଧିବାଦୀ ଚିନ୍ତକ ଅବସରପ୍ରାପ୍ତ ବିଚାରପତି ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଂଗଠନ ପକ୍ଷରୁ ଶ୍ରୀ ବ୍ରଜ କିଶୋର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ ଓ ଶ୍ରୀ ସଚ୍ଚିଦାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ରାଜଧାନୀର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।