ଲୋକାୟୁକ୍ତଙ୍କ ସଚେତନତା ଶିବିର ଅନୁଷ୍ଠିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) – ଓଡିଶାରୁ ଦୁର୍ନୀତିର ମୂଳଉତ୍ପାଟନ କରିବା ନିମନ୍ତେ ଓଡିଶା ସରକାର ନୂତନ ଲୋକାୟୁକ୍ତ ଗଠନ କରିଛନ୍ତି । ଏହି ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଏନେଇ ଏକ ସଚେତନତା ଶିବିର ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁର ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ ସିଂ , ସଦସ୍ୟ ବି.କେ ନାୟକ , ଡି.ଶାନ୍ତି ଶର୍ମା, ଜିଲ୍ଲା ଦୌରାଜର୍ଜ ବିଭୁ ପ୍ରସାଦ ରାଉତ, ଜିଲ୍ଲାପାଳ ବିଜୟ ଅମଡତ କୁଲାଙ୍ଗେ, ବ୍ରହ୍ମପୁର ଏସ.ପି ପିନାକ ମିଶ୍ର ଯୋଗ ଦେଇ ଲୋକାୟୁକ୍ତଙ୍କ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ । ଲୋକାୟୁକ୍ତଙ୍କ ମୁଖ୍ୟ କାମ ହେଉଛି କିଭଳି ଭାବେ ସମାଜରେ ଦିନକୁ ଦିନ ବଢି ଚାଲିଥିବା ଦୁର୍ନୀତି ଉପରେ ରୋକ ଲଗାଇବା ସହିତ ଜଣେ ସାଧାରଣ ଲୋକ କୌଣସି ସରକାରୀ ଅଧିକାରୀଙ୍କ ଦୁର୍ନୀତି ଦେଖୁଥିଲେ ସେ ସିଧା ସଳଖ ଭାବେ ଅଭିଯୋଗ କରିପାରିବ ।