ଲୋକାୟୁକ୍ତରେ ଦୋଷୀ ସାବ୍ୟସ୍ତ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କୁ ପୁଣି କରଞ୍ଜିଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ବଦଳି କଂଗ୍ରେସ ପକ୍ଷରୁର ଆନ୍ଦୋଳନ ଚେତାବନୀ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ବହୁ ଚର୍ଚ୍ଚିତ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ରବର୍ ଗଛ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିବା କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ କରଙ୍କୁ ପୁଣି କରଞ୍ଜିଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ସହକାରୀ ଯନ୍ତ୍ରୀ ଭାବେ ବଦଳି ହେବା ନେଇ କରଞ୍ଜିଆ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ତୀବ୍ର ବିରୋଧ ହେବା ସହ ଆଗାମୀ ଦିନରେ ସେହି କନିଷ୍ଠ ଯନ୍ତ୍ରୀଙ୍କୁ ଯଦି କାର୍ଯ୍ୟରେ ଯୋଗଦାନ କରାଯାଏ ତେବେ କରଞ୍ଜିଆ କଂଗ୍ରେସ୍ ପକ୍ଷରୁ ଗଣ ଆନ୍ଦୋଳନ ହେବ ବୋଲି ଜିଲ୍ଲା କଂଗ୍ରେସ୍ ସଭାପତି ଭୁବନ ବିହାରୀ ସାହୁ ଚେତାବନୀ ଦେଇଛି। ସୂଚନା ଅନୁସାରେ କରଞ୍ଜିଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ହୋଇଥିବା ରବର ଗଛ ଦୁର୍ନୀତି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ୨୦୧୯ ମସିହାରେ ଓଡ଼ିଶାର ଲକାୟୁକ୍ତ ନିଜପଟୁ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଦୁର୍ନୀତି ହୋଇଥିବା ଜାଣି ମୟୁରଭଞ୍ଜ ଓ ବାଲେଶ୍ଵର ଭିଜିଲାନ୍ସକୁ ପୁଣି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଠାକୁରମୁଣ୍ଡା, ଶୁକୃଳି ଏବଂ ଯଶୀପୁର ଅଞ୍ଚଳରେ ୨୦୧୩-୧୪, ୧୪-୧୫, ଧଳ ୧୬-୧୭ -୧୮ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ରବର ପ୍ରକଳ୍ପର ନଥିପତ୍ର ଗୁଡିକ ଯାଞ୍ଚ ହେବା ସହିତ ଗଛ ଲଗାଇବା ସ୍ଥାନରେ କେତେ ଗଛ ଅଛି ଯାଞ୍ଚ କରିଥିଲା ଭିଜିଲାନ୍ସ ବିଭାଗ । ୨୦୨୩ ମସିହାରେ ଓଡିଶା ଭିଜିଲାନ୍ସ ଲୋକାଯୁକ୍ତରେ ରିପୋର୍ଟ ଦେଲା ପରେ ୭ଜଣକୁ ଦୋଷୀ ସାବ୍ୟସ୍ତ କରିଥିଲେ ଲୋକାଯୁକ୍ତ । ଏଥିରେ ୨ ଜଣ ଓଏସ ଅଫିସର ଥିବା ବେଳେ ସୁରେନ୍ଦ୍ର ନାଥ କରଙ୍କ ସମେତ ୫ ଜଣ କନିଷ୍ଠ ଯନ୍ତ୍ରୀ ସାମିଲ ଅଛନ୍ତି । ଜଣା ପଡିଥିଲା କି କରଞ୍ଜିଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ଵାରା ହୋଇଥିବା ରବର ପ୍ରକଳ୍ପରେ ୭ କୋଟି ୬୩ ଲକ୍ଷ୍ୟ ୫୫ହଜାର ୩୮୪ ଟଙ୍କା ଦୁର୍ନୀତି କରି ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀମାନେ ଲୁଟ୍ କରିଛନ୍ତି ,ତେବେ ସେମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ସରକାର ତାଙ୍କୁ ଦଣ୍ଡିତ କରି ନାହାନ୍ତି । ତେଣୁ ଏ ଭଳି ଦୁର୍ନୀତି ଖୋର୍ ଯନ୍ତ୍ରୀଙ୍କୁ ପୁଣି କରଞ୍ଜିଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ବଦଳି ହୋଇ ଆସିବା କେଉଁଠି ନା କେଉଁଠି ଦୁର୍ନୀତିର ଗନ୍ଧ ବାରିହୋଇ ପଡୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ସୋଇଛି। ତେବେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ ସ୍ଥାନୀୟ ବିଧାୟକ / ସାଂସଦ ସବୁ ଜାଣିଥିବା ସ୍ବତେ ଏଭଳିଦୁର୍ନୀତିଗ୍ରସ୍ତ ତଥା ଲୋକାଯୁକ୍ତ ଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ଯନ୍ତ୍ରୀ ଙ୍କୁ ପୁଣି କରଞ୍ଜିଆ କୁ କିପରି ଆଣୁଛନ୍ତି ବୋଲି କହିବା ସହିତ କନିଷ୍ଠ ଯନ୍ତ୍ରୀଙ୍କ କରଞ୍ଜିଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ଯୋଗଦାନ କରିବାକୁ ତୀବ୍ର ବିରୋଧ କରାଯିବ ସହ ଦୁର୍ନୀତି ଖୋର ଯନ୍ତ୍ରୀ ପୁଣି କାର୍ଯ୍ୟରେ ଯୋଗଦାନ କରନ୍ତି ତେବେ କରଞ୍ଜିଆରେ ଗଣ ଆନ୍ଦୋଳନ ହେବ ପ୍ରକାଶ କରିଥଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ