ଲୋକ ଅଦାଲତ ଦ୍ୱାରା ବିବାଦୀୟ ମାମଲାର ଆପୋଷ ସମାଧାନ ହେଲା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଏକ ବିବାଦୀୟ ମାମଲାରେ ଆପୋଷ ବୁଝାମଣା ମାଧ୍ୟମରେ ଲୋକ ଅଦାଲତ ଦ୍ୱାରା ସମାଧାନ କରାଯାଇଥିଲା । ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ବ୍ୟମୋକେଶ ନାୟକଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏକ ଟଙ୍କା କାରବାରର ସମାଧାନର ପନ୍ଥା ବାହାର କରାଯାଇ ଉଭୟପକ୍ଷଙ୍କ ସହମତିରେ ସମାଧାନ କରାଯାଇଥିଲା ।ପ୍ରକାଶ ଥାଉକି, ପାରଳାଖେମୁଣ୍ଡି ଭିକ୍ଟୋରୀ କଲୋନୀରେ କିଛି ଦିନ ତଳେ ଜଣେ ମହିଳା ଅନ୍ୟ ଜଣଙ୍କ ଘରେ ଭଡାରେ ରହିଆସୁଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଯୋଗୁଁ ଘରଭଡା ବାବଦକୁ ନେଇ ବିବାଦ ଉପୁଜିଥିଲା । ଫଳରେ ଭଡାରେ ରହୁଥିବା ମହିଳା ଜଣକ ଲୋକ ଅଦାଲତରେ ନିଜ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗକୁ ତ୍ୱରିତ ସମାଧାନ କରିବା ନିମନ୍ତେ ଉଭୟପକ୍ଷଙ୍କୁ ସମନ ପରେ ନିଜ ନିଜ ମତାମତ ଜଣାଇ ଥିଲେ । ଶୁଣାଣି ପରେ ମାନ୍ୟବର ଜଜ୍ ପ୍ରତିପକ୍ଷଙ୍କୁ ଆବେଦନକାରୀଙ୍କ ଠାରୁ ପାଇଥିବା ୫୦ ହଜାର ଟଙ୍କା କିସ୍ତି ମାଧ୍ୟମରେ ପଇଠ କରିବା ପାଇଁ ଉପଦେଶ ଦେଇଥିଲେ । ମାନ୍ୟବର ଜଜ୍‌ଙ୍କ ଆଦେଶକୁ ଭତ୍ତି କରି ପ୍ରତିପକ୍ଷର ମହିଳା ଜଣକ ଏକ ଚେକ୍ ମାଧ୍ୟମରେ ଆବେଦନକାରୀଙ୍କୁ ବକେୟା ଟଙ୍କା ପ୍ରଦାନ କରି ବିବାଦୀୟ ମାମଲାର ସମାଧାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ