ଲୋକ କଳା ଉତ୍ସବ ଅନୁଷ୍ଠିତ

ସ୍ଥାନୀୟ ଜାତୀୟ ସଙ୍ଗୀତ କଳାକେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଶିଶୁ ବାର୍ତ୍ତା , ଜାତୀୟ ସଙ୍ଗୀତ କଳା କେନ୍ଦ୍ର ଏବଂ ଲାଇଫ ଲାଇନ ଅନୁଷ୍ଠାନ ତ୍ରୟର ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁର ବୁଢା ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଅବସରରେ ଲୋକକଳା ଉତ୍ସବ ଆୟୋଜିତ ହୋଇଯାଇଛି । ଉତ୍ସବର ପଞ୍ଜମ ସଂଦ୍ଧ୍ୟାରେ ନାଟ୍ୟ ବିଦ୍ୟାବୁଦ୍ଧ ପ୍ରଫୁଲ୍ଲ ବେହେରା ମୁଖ୍ୟ ଅତିଥି ଏବଂ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଲୋକକଳା ହିଁ ପ୍ରାନ୍ତୀୟ ଶାସ୍ତ୍ରୀୟ କଳାକୁ ପରିପୃଷ୍ଟ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଜାତୀୟ ସଂଗୀତ କଳାକେନ୍ଦ୍ରର ସଂପାଦକ ସ୍ୱର ଗୌରବ କୃଷ୍ଣ ପ୍ରସାଦ ସାବତ ଏହି ସାଂସ୍କୃତିକ ଉତ୍ସବର ଅଧ୍ୟକ୍ଷତା କରିଥିଲେ । ପରେ ପରେ ସ୍ଥାନୀୟ ପଲ୍ଲବୀ , ଜାତୀୟ ସଂଗୀତ କଳାକେନ୍ଦ୍ର ଆଦି କେତେକ ସାଂସ୍କୃତିକ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଲୋକ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ପରିଚାଳନାରେ ଶିଶୁ ବାର୍ତ୍ତାର ସମ୍ପାଦକ ମାନସ ଦାସ ସହୋଯୋଗ କରିଥିବା ବେଳେ ପରିଶେଷରେ ଉଦଘୋଷକ ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ